ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପୋଲିସ ଡିଜି ସୁନୀଲ ବଂଶଲ ଚାକିରିରୁ ଅବସର ନେବେ। ଏଥିପାଇଁ ରାଜ୍ୟ ସରକାର ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଆସନ୍ତା ଡିସେମ୍ବର ୩୧ ତାରିଖରେ ଅବସର ନେବା ଲାଗି ସୁନୀଲ ବଂଶ ସରକାରଙ୍କଠାରୁ ଅନୁମତି ମାଗିଥିଲେ। ସରକାରା ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି। ସୁନୀଲ ବଂଶଲ ୧୯୮୭ ବ୍ୟାଚ୍‌ ଓଡ଼ିଶା କ୍ୟାଡରର ଆଇପିଏସ୍ ଅଧିକାରୀ। ମୟୂରଭଞ୍ଜ ଏସପି ଭାବେ କାର୍ଯ୍ୟ କରିବା ପରେ ସେ ୨୭ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ଫେରିବା ପରେ ଓଡ଼ିଶା ପୋଲିସ ଡିଜି ଭାବେ ନିଯୁକ୍ତି ପାଇଥିଲେ।

ସୁନୀଲ ବଂଶଲଙ୍କ ଅବସର ପରେ ଆସନ୍ତା ନୂଆ ବର୍ଷରେ ନୂଆ ପୋଲିସ ଡିଜି ନିଯୁକ୍ତି ପାଇବେ। ତେବେ କିଏ ହେବେ ଓଡ଼ିଶା ପୋଲିସର ପରବର୍ତ୍ତୀ ଡିଜି ତାକୁ ନେଇ ଏବେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ରେସରେ ସବୁଠାରୁ ଆଗରେ ହିଛନ୍ତି ବି ରାଧିକା, ଓ୍ଵାଇ ବି ଖୁରାନା, ଏଏମ ପ୍ରସାଦ, ଅରୁଣ ଷଡ଼ଙ୍ଗୀ ଏବଂ ସୁଧାଂଶୁ ଷଡ଼ଙ୍ଗୀ।

Tags: #SunilBansal #PoliceDG #OdishaPolice #Retire #OdishaGovt

LEAVE A REPLY

Please enter your comment!
Please enter your name here