ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ଦିନ ଓଡ଼ିଶା ବିଧାନସଭା ଉପବାଚସ୍ପତି ନିର୍ବାଚନ। ସୋମବାର ଦିନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଜି.ଉଦୟଗିରିର ବିଜେଡି ବିଧାୟକ ସାଲୁଗା ପ୍ରଧାନ। ଜି.ଉଦୟଗିରିରୁ ଦୁଇଥର ବିଧାୟକ ହୋଇଛନ୍ତି ସାଲୁଗା ପ୍ରଧାନ।

ଉପବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ସାଲୁକା ପ୍ରଧାନ। ସେ କହିଛନ୍ତି ଦଳର ସଭାପତି ତାଙ୍କ ଉପରେ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି ତାକୁ ସେ ନିଷ୍ଠାର ସହ ସମ୍ପାଦନ କରିବେ। ଉପବାଚସ୍ପତି ନିର୍ବାଚିତ ହେବା ପରେ ବରିଷ୍ଠ ସଦସ୍ୟଙ୍କ ମତାମତ ଏବଂ ପରାମର୍ଶ ନେଇ ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବେ ବୋଲି ସାଲୁଗା ପ୍ରଧାନ କହିଛନ୍ତି।

ବିଜେଡି ଆଦିବାସୀ କାର୍ଡ ଖେଳିଥିବା ଚର୍ଚ୍ଚାକୁ ଖଣ୍ଡନ କରି ସାଲୁଗା କହିଛନ୍ତି, “ମୁଁ ଦୁଇ ଥର ବିଧାୟକ ହୋଇଛି ଏବଂ ଏଥିପାଇଁ ମୋର ଯୋଗ୍ୟତା ଅଛି।” ନଭେମ୍ବର ୮ ତାରିଖରେ ଉପବାଚସ୍ପତି ପଦବୀରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂ। ଖାଲିପଡ଼ିଥିବା ଏହି ପଦବୀ ପାଇଁ ନିର୍ବାଚନ ହେବ। ଆସନ୍ତାକାଲି, ମଙ୍ଗଳବାରଠାରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହା ପୂର୍ବରୁ ସକାଳ ୯ଟା ୩୦ ମିନିଟରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।

Tags: #Politics #OdishaPolitics #OdishaAssemblyDeputyspeakerelection #Nomination #BJD #SalugaPradhan

LEAVE A REPLY

Please enter your comment!
Please enter your name here