ଓଡ଼ିଶାଲାଇଭ୍ ବ୍ୟୁରୋ

ଯୁଦ୍ଧ ବିମାନ ‘ତେଜସ୍’ରେ ଉଡ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବେଙ୍ଗାଳୁରୁ ହାଲ ବିମାନବନ୍ଦରରୁ ଶନିବାର ଦିନ ‘ତେଜସ’ରେ ଉଡ଼ାଣ ଭରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋସିଆଲ ମିଡିଆରେ ଫଟୋ ଅପଲୋଡ କରି ସେ ଏହି ସୂଚନା ଦେଇଛନ୍ତି।

ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ମିଳିଛି ଫାଇଟର ଜେଟ ପାଇଲଟଙ୍କ ୟୁନିଫର୍ମରେ। ଫାଇଟର ସୁଟ ଏବଂ ହାତରେ ଗ୍ଲୋବ ସହ ପାଇଲଟ ହେଲମେଟ ସହ ନଜର ଅସୁଛନ୍ତି ନରେନ୍ଦ୍ର ମୋଦୀ।

‘ତେଜସ୍’ରେ ଉଡ଼ିବାର ଅନୁଭୂତି ଅନୁଳନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସେ ଭାରତୀୟ ଜ୍ଞାନକୌଶଳ, ହାଲ ଏବଂ ବାୟୁ ସେନାର ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ।  ଆତ୍ମନିର୍ଭର ହେବାରେ ଆମେ କାହାଠାରୁ କମ୍ ନୁହଁନ୍ତି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Tags: #PMNarendraModi #Tejas #FighterJet #India #Technology

LEAVE A REPLY

Please enter your comment!
Please enter your name here