ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲିଠୁ ଆରମ୍ଭ ହେବ ରତ୍ନଭଣ୍ଡାରର ଲେଜର ସ୍କାନିଂ। ଏଥିପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ (ଏଏସଆଇ) କୁ ଅନୁମତି ଦିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। ରତ୍ନଭଣ୍ଡାରର ବାହାର କାନ୍ଥର ଲେଜର ସ୍କାନିଂ କରାଯିବ। ପ୍ରଥମ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ଲେଜର ସ୍କାନିଂ ପାଇଁ ଏଏସଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। କାର୍ତ୍ତିକ ମାସରେ ଭକ୍ତଙ୍କର ପ୍ରବଳ ଭିଡ଼କୁ ଯୋଗୁଁ ଲେଜର ସ୍କାନିଂ କରାଯାଇପାରୁ ନଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲେଜର ସ୍କାନିଂ ପାଇଁ ଅନୁମତି ମିଳିବା ପରେ ମଙ୍ଗଳବାର କିମ୍ବା ତା’ପର ଦିନଠାରୁ କାମ ଆରମ୍ଭ ହେବାର ସମ୍ଭାବନା ରହିଛି।

ପ୍ରଥମେ ରତ୍ନଭଣ୍ଡାର ବାହାର ପଟ କାନ୍ଥର ସ୍କାନିଂ କରାଯିବ। ପରେ କେଉଁ ସ୍ଥାନରେ ଫାଟ ଓ ଅନ୍ୟାନ୍ୟ ସମସ୍ୟା ରହିଛି ତାହା ଚିହ୍ନଟ କରି ରିପୋର୍ଟ ଦେବାକୁ ଏଏସଆଇକୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ।

Tags: #SriMandir #RatnaBhandar #LeaserScanning #ASI #SJTA #Puri

Comment