ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ମାର୍ଗଶିର କୃଷ୍ଣ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ୫ ଘଣ୍ଟା ଧରି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୋମବାର ମଧ୍ୟାନ୍ନ ଧୂପ ଉଠିବାପରେ ଦଇତାପତିମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ପଇତାଲାଗି ନୀତି ଆରମ୍ଭ କରିବେ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଶ୍ରୀମନ୍ଦିରର ଜୟବିଜୟ ଦ୍ଵାର ବନ୍ଦ ରହିବ। ଏହି ନୀତି ସରିବା ପରେ ଅନ୍ୟ ନୀତି ଆରମ୍ଭ ହେବ।

ଶ୍ରୀମନ୍ଦିରରେ ବର୍ଷକୁ ଦୁଇ ତିନିଥର ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ। ଏଥିରେ ଶ୍ରୀଜିଉଙ୍କଠାରେ ବାସୁଙ୍ଗା ପାଟରେ ନିର୍ମିତ ପଇତା ଲାଗି ହୁଏ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି କରାଯାଇଥାଏ।

ଅନ୍ୟପଟେ ସୋମବାର କଟକ ଜିଲ୍ଲା ନିଆଳିର ମାଧବାନନ୍ଦଜୀଉ ମନ୍ଦିରରୁ ଶ୍ରୀମନ୍ଦିରକୁ ପୋଢ଼ୁଆଁ ଭାର ଯିବ। ଏହି ଭାରରେ ନୂଆ ବସ୍ତ୍ର ଓ ସ୍ଵତନ୍ତ୍ର ଭୋଗ ରହିଥାଏ। ମଙ୍ଗଳବାର ଦିନ ମାର୍ଗଶିର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ବଡ଼ ଠାକୁର ଏହି ନୂଆବସ୍ତ୍ର ପିନ୍ଧି ପୋଢ଼ୁଆଁ ହେବେ।

Tags: #SriMandir #PaitaLagiRitual #LordJagannath #Puri

LEAVE A REPLY

Please enter your comment!
Please enter your name here