ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): “ଜଣେ କବିର କୌଣସି ଦେଶ ନ ଥାଏ, ସେ ସମଗ୍ର ବିଶ୍ଵର ନାଗରିକ”, କୋଲକାତା ସ୍ଥିତ କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରେକ୍ଷାଳୟରେ ଆୟୋଜିତ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ଏହିଭଳି କହିଛନ୍ତି ବିଶିଷ୍ଟ ଇଂରାଜୀ କବି ଦାନ୍ତେ ମିଶୋ।

ବିଶିଷ୍ଟ ବଙ୍ଗଳା କବି ସୁବୋଧ ସରକାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କବି ଦାନ୍ତେ ମିଶୋ ସ୍ଵରଚିତ କବିତା ପାଠ କରିବା ସହ ନିଜ କାବ୍ୟ ଯାତ୍ରାର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ।

ଭାରତୀୟ ସଂସ୍କୃତି ଏବଂ ପଶ୍ଚିମବଙ୍ଗ ସହ ସମ୍ପୃକ୍ତି ତାଙ୍କ କବିତାକୁ ନୂଆ ଦିଗ ଦେଖାଇଛି ବୋଲି ଇଂରାଜୀ କବି ଦାନ୍ତେ ମିଶୋ କହିଥିଲେ। ଉପସ୍ଥିତ ଲେଖକଙ୍କ ସହ କବିତା ପାଠ ସମ୍ପର୍କରେ ଆଲୋଚନା କରିବା ସହ ଉପସ୍ଥିତ ଶ୍ରୋତାଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ।

ନିଜ ବକ୍ତବ୍ୟ ରଖିବା ସମୟରେ କବି ସୁବୋଧ ସରକାର ଦାନ୍ତେ ମିଶୋଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ବେଳର ସ୍ମୃତି ବଖାଣିଥିଲେ। ଏହି ଅବସରରେ କବି ସୁବୋଧ ସରକାର କବି ଦାନ୍ତେ ମିଶୋଙ୍କ ଦୁଇଟି ଚର୍ଚ୍ଚିତ କବିତାର ବଙ୍ଗଳା ଅନୁବାଦ ପାଠ କରିଥିଲେ।

ଶେଷରେ ଏକାଡେମୀର ସହାୟକ ସମ୍ପାଦକ କ୍ଷେତ୍ରବାସୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସାରସ୍ଵତ ସମାବେଶରେ ସହରର ବହୁ ସାହିତ୍ୟିକ ଓ ବିଦ୍ଵାନ ଯୋଗ ଦେଇଥିଲେ।

Tags: #KendraSahityaAcademy #CulturalExchangeProgramme #Kolkata #Poet #DanteMisho

Comment