ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନରେ ଥିବା ଭାରତୀୟ ଗୁଇନ୍ଦା ବିଭାଗ (ଆଇବି) ପକ୍ଷରୁ ‘ଆସିଷ୍ଟାଣ୍ଟ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଅଫିସର’ (ଏସିଆଇଓ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଗୁଇନ୍ଦା ବିଭାଗରେ ବିଭିନ୍ନ ସ୍ଥାନରେ ଖାଲିଥିବା ଏହି ୯୯୫ଟି ପଦବୀ ପୂରଣ ହେବ।

ଏଥିପାଇଁ ଏବେ ଅନଲାଇନ ଆବେଦନ ପ୍ରକ୍ରିୟା ଜାରି ରହିଛି। ୧୫ ଡିସେମ୍ବର ଆବେଦନର ଶେଷ ତାରିଖ।

ଆପଣମାନେ ଏହି ପରୀକ୍ଷା ପାଇଁ ଆବେଦନ କରିବକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ଆସିଷ୍ଟାଣ୍ଟ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଅଫିସର (ଗ୍ରେଡ-୨) – ୯୯୫

ଯୋଗ୍ୟତା

  • ଆଶାୟୀ ପ୍ରାର୍ଥୀମାନଙ୍କ ବୟସ ୧୮ ବର୍ଷରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ପ୍ରାର୍ଥୀମାନେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
  • ପ୍ରାର୍ଥୀମାନଙ୍କ କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ଏହି ପଦବୀ ପାଇଁ ପ୍ରଥମେ ‘ପ୍ରିଲିମିନାରି ପରୀକ୍ଷା’ କରାଯିବ
  • ଏଥିରେ ଉତ୍ତୀର୍ଣ୍ଣ ହୋଇଥିବଅ ପ୍ରାର୍ଥୀମାନେ ଟିୟର-୨ ଲିଖିତ ପରୀକ୍ଷା ଦେବେ  
  • ଲିଖିତ ପରୀକ୍ଷାରେ ଭଲ କରିଥିବା ପ୍ରାର୍ଥୀଙ୍କୁ ନେଇ ସ୍କିଲ ଟେଷ୍ଟ ଓ ଇଣ୍ଟରଭ୍ୟୁ କରାଯିବ
  • ପ୍ରିଲିମିନାରି ପରୀକ୍ଷା, ସ୍କିଲ ଟେଷ୍ଟ ଓ ଇଣ୍ଟରଭ୍ୟୁର ନମ୍ବରକୁ ନେଇ ପ୍ରାର୍ଥୀଙ୍କୁ ନମ୍ବର ଦିଆଯିବ
  • ଶେଷରେ ଏଥିରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ

କେମିତି କରିବେ ଆବେଦନ

  • କେନ୍ଦ୍ର ଗୃହ ମନ୍ତ୍ରାଳୟ ୱେବସାଇଟ mha.gov.in କୁ ଯାଆନ୍ତୁ
  • ୱେବସାଇଟ ଭିତରେ ‘ଆସିଷ୍ଟାଣ୍ଟ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଅଫିସର’ ନିଯୁକ୍ତି ଲିଙ୍କକୁ କ୍ଲିକ୍ କରନ୍ତୁ
  • ଏହାପରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
  • ସେଠାରେ ନିଜ ନାମ ପଞ୍ଜୀକରଣ କରନ୍ତୁ
  • ଏହାପରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଫର୍ମ ପୂରଣ କରିବାବେଳେ ନିଜର ନିକଟସ୍ଥ ପରୀକ୍ଷା କେନ୍ଦ୍ରକୁ ବାଛନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ‘ଏସିଆଇଓ’ ପଦବୀ ପାଇଁ ସବୁ ବର୍ଗର ପରୀକ୍ଷାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୪୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ପରୀକ୍ଷା କେବେ ହେବ ସେ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ପରୀକ୍ଷା ଓ ପଦବୀ ସମ୍ବନ୍ଧୀୟ ଅଧିକ ସୂଚନା ଗୃହ ମନ୍ତ୍ରାଳୟର ୱେବସାଇଟରେ ଉପଲବ୍ଧ।

Tags: #IntelligenceBureau #AssistantCentralIntelligenceOfficer #Employment #Careers #MinistryofHomeAffairs

Comment