ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ  ପ୍ରତୀକ୍ଷିତ ପୁରୀ ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଆସନ୍ତା ୨୦୨୪ ମସିହା ଜାନୁଆରି ୧୭ ତାରିଖରେ ଅନୁଷ୍ଠିତ ହେବ। ଏହି ଅବସରରେ ମହାଯଜ୍ଞର ଆୟୋଜନ କରାଯିବ। ଏଥିପାଇଁ ଯଜ୍ଞସ୍ଥଳ ଚିହ୍ନଟ ହୋଇଛି।

ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି, ମୁକ୍ତିମଣ୍ଡପ ବ୍ରାହ୍ମଣ, ଶ୍ରୀମନ୍ଦିର ଇଂଜିନିୟରମାନେ ଶ୍ରୀମନ୍ଦିର ଉତ୍ତରପାର୍ଶ୍ଵର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆସନ୍ତା ଜାନୁଆରି ୧୨ ତାରିଖରୁ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ଜାନୁଆରି ୧୫ ତାରିଖ ସକାଳେ ଯଜ୍ଞ ଆରମ୍ଭ ହେବ।  

ଚାରିଧାମରୁ ବିଦ୍ଵାନ ପଣ୍ଡିତ, ସାଧୁସନ୍ଥ ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବେ। ଦ୍ଵିତୀୟ ଥର ପାଇଁ ଏକ ଦଳ ଯଜ୍ଞସ୍ଥଳ ଏବଂ ବିଭିନ୍ନ ସ୍ଥାନ ଅନୁଧ୍ୟାନ କରିବା ପରେ ଯଜ୍ଞସ୍ଥଳ ଚୂଡ଼ାନ୍ତ ହୋଇଛି।

ଲୋକାର୍ପଣ ଉତ୍ସବକୁ ଭବ୍ୟ ଆକାରରେ ଆୟୋଜନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ଆସନ୍ତା ୨୦୨୪ ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଲୋକାର୍ପଣ ପୂର୍ବରୁ ୬ ଦିନ ଧରି ଶ୍ରୀକ୍ଷେତ୍ରରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଚାରିଦ୍ଵାରରେ ଚାରିବେଦ ପାଠ ସାଙ୍ଗକୁ ଅଖଣ୍ଡ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ।

ଚାରିବେଦ ପାଠ ପାଇଁ ଚାରିଦ୍ଵାରରେ ବେଦମଣ୍ଡପ ନିର୍ମାଣ ହେବ। ଜାନୁଆରି ୧୭ ତାରିଖରେ ଅପରାହ୍ଣ ୧ଟା ୩୦ରୁ ୨ଟା ୨୫ ମିନିଟ ମଧ୍ୟରେ ପୂର୍ଣ୍ଣାହୂତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବଡ଼ଠାକୁରଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ କର୍ତ୍ତାଭାବେ ଯୋଗ ଦେଇ ମହାଯଜ୍ଞର ପୂର୍ଣ୍ଣାହୂତି ଦେବା ପରେ ପରିକ୍ରମା ପ୍ରକଳ୍ପର ଫଳକ ଲୋକାର୍ପଣ ପାଇଁ ସମୟ ଧାର୍ଯ୍ୟ ହୋଇଛି।

Tags: #Puri #PuriShreemandirparikramaPrakalpa #Inauguration

LEAVE A REPLY

Please enter your comment!
Please enter your name here