ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଶ୍ରୀମନ୍ଦିରରେ ପାଳିତ ହେବ ଦେବ ଦୀପାବଳି। ମାର୍ଗଶୀର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦ ତିନି ଦିନ ଧରି ଏହା ଅନୁଷ୍ଠିତ ହେବ। ଏହି ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡଦାନ କରି ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

ଦେବ ଦୀପାବଳି ଅବସରରେ ଶ୍ଵେତ ବସ୍ତ୍ର ପରିଧାନ କରିବେ ଶ୍ରୀବିଗ୍ରହ। ଏହାସହ ସ୍ଵର୍ଣ୍ଣ ଅଳଙ୍କାରରେ ମହାପ୍ରଭୁଙ୍କୁ ବିଭୂଷିତ କରାଯିବ। ପୂଜାପଣ୍ଡାମାନେ ପିଣ୍ଡଦାନ କରିବେ। ଶ୍ରାଦ୍ଧ ନୀତି ସରିବା ପରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବ।

ଦେବ ଦୀପାବଳି ପାଇଁ ମଙ୍ଗଳବାର ବଡ଼ଦାଣ୍ଡରେ ସମୂହ ଦୀପଦାନ କରାଯିବ। ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଛତିଶା ନିଯୋଗ ପକ୍ଷରୁ ୧ ଲକ୍ଷରୁ ଅଧିକ ଦୀପ ପ୍ରଜ୍ୱଳନ ହେବ। ଏଥିରେ ଭକ୍ତଙ୍କ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ସାମିଲ ହେବେ।

ସେହିପରି ପୁରୀରେ ନିଜ ନିଜ ଘରେ ଦୀପ ଲଗାଇବା ପାଇଁ ସବୁ ଲୋକଙ୍କୁ ଅନୁରୋଧ କରାଯାଇଛି। ବିଶ୍ୱର ମଙ୍ଗଳ କାମନା ଓ ହିନ୍ଦୁ ପରମ୍ପରାକୁ ରକ୍ଷା କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଅଯୋଧ୍ୟାରେ ଦେବ ଦୀପାବଳି ପ୍ରତିବର୍ଷ ଆୟୋଜିତ ହେଉଥିବାବେଳେ, ୨୦୨୧ ମସିହାରୁ ପୁରୀରେ ଏହି ଉତ୍ସବର ଆୟୋଜନ ଆରମ୍ଭ ହୋଇଥିଲା।  

Tags: #SriMandir #DevDeepavali #SraddhaBesa #Puri

LEAVE A REPLY

Please enter your comment!
Please enter your name here