ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷ ବଢ଼ାଇଛନ୍ତି ରାଜ୍ୟ ସରକାର। ଏହି ଯୋଜାନା ବୃଦ୍ଧି ହେବା ଦ୍ୱାରା ଆସନ୍ତା ୨୦୨୮ ମସିହା ପର୍ଯ୍ୟନ୍ତ ପୂର୍ବପରି ୫ କିଲୋଗ୍ରାମ ଲେଖାଏଁ ମାଗଣା ଚାଉଳ ପାଇବେ ହିତାଧିକାରୀ। ଏଥିପାଇଁ ଖର୍ଚ୍ଚ ହେବ ୧,୨୫୦ କୋଟି ଟଙ୍କା।

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ ସଦସ୍ୟ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହି ଯୋଜନାର ଅବଧି ଆଉ ୫ ବର୍ଷ ବଢ଼ିବା ଦ୍ୱାରା ହିତାଧିକାରୀମାନେ ୨୦୨୪ ଜାନୁଆରି ପହିଲାଠାରୁ ୨୦୨୮ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ୫ କେଜି ମାଗଣା ଚାଉଳ ପାଇବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୫୦ କୋଟି ଟଙ୍କା ହିସାବରେ ୫ ବର୍ଷରେ ୧,୨୫୦ କୋଟି ଟଙ୍କା ଖର୍ଚ୍ଚ କରିବେ।

Tags: #Food #FoodSecurityScheme #OdishaGovt

Comment