ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ବିଭିନ୍ନ ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପର ବିକାଶ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ଏଥିରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଞ୍ଚଳରେ ଥିବା ୫୦୭ଟି ମଠ, ମନ୍ଦିର ଓ ଅନ୍ୟ ସଂଖ୍ୟାଲଘୁ ବର୍ଗଙ୍କ ଧାର୍ମିକ ସ୍ଥଳର ଉନ୍ନତିକରଣ ପାଇଁ ୧୫ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି।

ଏହିସବୁ ପ୍ରକଳ୍ପରେ ଧାର୍ମିକ ସ୍ଥଳରେ କିଛି ନୂଆ ନିର୍ମାଣ ସହ ପୁରୁଣା ଭିତ୍ତିଭୂମିର ଉନ୍ନତିକରଣ କାର୍ଯ୍ୟ କରାଯିବ। ଏହାସହ ବିଭିନ୍ନ ପ୍ରାଚୀନ କୀର୍ତ୍ତିରାଜିର ସଂରକ୍ଷଣ କରିବା ପାଇଁ ବ୍ୟବସ୍ଥା କରାଯିବ।  

ଭୁବନେଶ୍ୱରର ବିଭିନ୍ନ ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ଜନପ୍ରତିନିଧି ଏବଂ ସଂଖ୍ୟା ଲଘୁ ସମ୍ପ୍ରଦାୟଙ୍କ ପକ୍ଷରୁ ସେମାନଙ୍କର ଧାର୍ମିକ ଅନୁଷ୍ଠାନ, ଗୋଷ୍ଠୀ ସମ୍ପତ୍ତି, ମହିଳା ସମିତି ଗୃହ, ପୂଜାମଣ୍ଡପ ଆଦିର ଉନ୍ନତିକରଣ ଓ ବିକାଶ ପାଇଁ ସରକାରଙ୍କୁ ନିବେଦନ କରାଯାଇଥିଲା।

ଏହାପରେ ବିଏମସିର ଅଧିକାରୀମାନେ ସେସବୁ ସ୍ଥାନକୁ ଯାଇ ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ରିପୋର୍ଟ ପ୍ରଦାନ କରିଥିଲେ। ଏବେ ରାଜ୍ୟ ସରକାର ଏସବୁ ପ୍ରକଳ୍ପର ସମୀକ୍ଷା କରି ଏଥିପାଇଁ ଅର୍ଥ ମଞ୍ଜୁର କରିଛନ୍ତି।

Tags: #ReligiousPlaceDevelopment #Bhubaneswar #FundAllocation #BMC #GovtofOdisha

LEAVE A REPLY

Please enter your comment!
Please enter your name here