ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା କେରେଡ଼ାଗଡ଼ର ବିକାଶ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ଏହି ଅର୍ଥ କେରେଡ଼ାଗଡ଼ ପ୍ରାଥମିକ ବିଦ୍ୟାଳୟର ଉନ୍ନତି ଏବଂ କେରାଡ଼ାଗଡ଼ ଗ୍ରାମ ପଞ୍ଚାୟତ ପୋଖରୀର ସଂରକ୍ଷଣ ତଥା  ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ।  

ଡିସେମ୍ବର ୧୮ ତାରିଖ ଦିନ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗସ୍ତରେ ଯାଇଥିବା ବେଳେ କେରେଡ଼ାଗଡ଼ବାସୀଙ୍କ ମୌଳିକ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲେ। କେରେଡ଼ାଗଡ଼ରେ ରହିଥିବା ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ମଧ୍ୟ ୫-ଟି ଅଧ୍ୟକ୍ଷଙ୍କୁ ଅବଗତ କରିଥିଲେ।

ବୁଧବାର ଦିନ ରାଜ୍ୟ ସରକାର କେରେଡ଼ାଗଡ଼ ପ୍ରାଥମିକ ବିଦ୍ୟାଳୟ ଏବଂ ଗ୍ରାମ ପଞ୍ଚାୟତ ପୋଖରୀ ଲାଗି ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ‘ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠି’ରୁ ଏହି ଅର୍ଥ ପ୍ରଦାନ କରାଯିବ। ଖୁବ ଶୀଘ୍ର ଉଭୟ କାର୍ଯ୍ୟ ସମ୍ପନ୍ନ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି।

Tags: #Keredagada #Kendrapara #fundAllocation #OdishaGovt

LEAVE A REPLY

Please enter your comment!
Please enter your name here