ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଢ଼ କୋଟି ଟଙ୍କାର ଡିଜିଟାଲ ଠକେଇ ମାମଲାରେ ଦୋଷୀ ବିରୋଧରେ ୭ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି ବାଲେଶ୍ଵର ଓପିଆଇଡି କୋର୍ଟ। ଡିଜିଟାଲ ରିଭଲ୍ୟୁସନ ଟେକ୍ନୋଲୋଜି ଲିମିଟେଡ ନିର୍ଦ୍ଦେଶକ ପ୍ରିନ୍ସ କୁମାରଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ୩୩ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ଗୋଟିଏ ବର୍ଷ ଜେଲ ଦଣ୍ଡ ରହିଛି।

ଡିଜିଟାଲ ଚିଟଫଣ୍ଡ ଠକେଇ ଅଭିଯୋଗରେ ୨୦୨୨ ମସିହାରେ ଉତ୍ତର ପ୍ରଦେଶରୁ ଗିରଫ ହୋଇଥିଲେ ପ୍ରିନ୍ସ କୁମାର। ଜମାକାରୀଙ୍କୁ ବିଭିନ୍ନ ସ୍କିମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଟଙ୍କା ହଡ଼ପ କରୁଥିଲେ ପ୍ରିନ୍ସ। ମହାରାଷ୍ଟ୍ର, ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ଓଡ଼ିଶା, ଛତିଶଗଡ଼ ରାଜ୍ୟର ଜମାକାରୀଙ୍କଠାରୁ ପ୍ରିନ୍ସଙ୍କ ସଂସ୍ଥା ଠକେଇ କରିଥିବା ଅଭିଯୋଗ ହୋଇଛି।

Tags: #DigitalChitFund #OPIDCourtBaleswar #Convict #Jail #Odisha

Comment