ଓଡ଼ିଶାଲାଇଭ୍ ବ୍ୟୁରୋ

ଆହୁରି ସୁଦୃଢ଼ ହେବ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା। ଏଣିକି ଭିଡ଼ ନିୟନ୍ତ୍ରଣ ସାଙ୍ଗକୁ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ। ଏଥିପାଇଁ ଶ୍ରୀମନ୍ଦିରରେ ଗଠନ ହେବ ସ୍ଵତନ୍ତ୍ର ବାଟାଲିୟନ। ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ବାଟାଲିୟନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର।

ପୁରୀ ଶ୍ରୀମନ୍ଦିର ସ୍ଵତନ୍ତ୍ର ସୁରକ୍ଷା ବାଟାଲିୟନରେ ମୁତୟନ ହେବେ ୧,୧୯୦ ଜଣ ସୁରକ୍ଷା କର୍ମୀ। ଏସପିଙ୍କ ନିର୍ଦ୍ଦେଶ ଓ ନିୟନ୍ତ୍ରଣରେ ଏହି ବାଟାଲିୟନ କାର୍ଯ୍ୟ କରିବ। ବଡ଼ଠାକୁରଙ୍କୁ ଦର୍ଶନ କରିବା ଲାଗି ପ୍ରତିଦିନ ଶ୍ରୀମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହୋଇଥାଏ। ଶ୍ରୀମନ୍ଦିରରେ ଭଡ଼ ଯୋଗୁଁ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ଦେଖାଦେବା ସହ ବଡ଼ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଥିଲା। ପୁରୀ ଶ୍ରୀମନ୍ଦିର ସ୍ଵତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନ ହେବା ଦ୍ଵାରା ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଭକ୍ତଙ୍କୁ ହଇରାଣ ହେବାକୁ ପଡ଼ିବ ନାହିଁ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।

Tags: #Puri #ShreeMandir #SpecialSecurityBattalion #OdishaGovt #ShreeJagannathTemple

Comment