ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୨୦୨୪ ଜାନୁଆରି ୧୭ ତାରିଖରେ ଲୋକାର୍ପିତ ହେବ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହି ସଭ୍ୟ ସମାରୋହରେ ଯୋଗ ଦେବା ଲାଗି ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ।

ମଙ୍ଗଳବାର ଦିନ ସର୍ବପ୍ରଥମେ ବଡ଼ଠାକୁରଙ୍କୁ ନିମନ୍ତ୍ରଣ କରାଯାଇଥିଲା। ପରେ ଶ୍ରୀମନ୍ଦିର ସେବାୟତ ଏବଂ ଅଧିକାରମାନେ ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାରମ୍ପରିକ ରୀତି ନୀତି ଅନୁଯାୟୀ ନିମନ୍ତ୍ରଣ କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ଲାଗି ନବୀନ ନିବାସରେ ପହଞ୍ଚିଥିଲେ ଶ୍ରୀମନ୍ଦିର ପରିଚାଳନା କମିଟ ସମସ୍ତ ସଦସ୍ୟ, ବରିଷ୍ଠ ସେବାୟତଗଣ, ଶ୍ରୀମନ୍ଦିର ପ୍ରଶାସକ ଏବଂ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ନେଇ ଗଠିତ ୫୦ ଜଣିଆ ଟିମ।

ନିମନ୍ତ୍ରଣ ରକ୍ଷା କରି ବଡ଼ଠାକୁରଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଚାଉଳ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅସବରରେ ସମସ୍ତ ସେବାୟତଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ରାଜ୍ୟ ସରକାର ଆବଶ୍ୟକ ସହଯୋଗ ଯୋଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ପୁରୀ ଶ୍ରୀମନ୍ଦିରର ସୁରକ୍ଷା ସହିତ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଲକ୍ଷ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆରମ୍ଭ କରାଯାଇଛି। ଗତ ୨୦୨୧ ନଭେମ୍ବର ୨୪ ତାରିଖରେ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା।

Tags: #PuriSriMandirParikramaProject #InaugurationCeremony #CMNaveenPatnaik #Invitation

Comment