ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳରେ ଗୋଟିଏ ଆହତ ଦନ୍ତାହାତୀର ମୃତ୍ୟୁ ହୋଇଛି। ଦନ୍ତାହାତୀଟିର ଗୋଡ଼ରେ ଆଘାତ ଲାଗିଥିବାରୁ ଗତ ୩ ଦିନ ଧରି ନନ୍ଦନକାନନର ବିଜେଶଷଜ୍ଞ ଦଳ ହାତୀଟିର ଚିକିତ୍ସା କରୁଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଦିନ ହାତୀଟିର ମୃତ୍ୟୁ ହୋଇଥିଲା।

କିଛି ଦିନ ପୂର୍ବରୁ ରଣପୁର କାଞ୍ଚନପୁର କାଜୁ ଜଙ୍ଗଲରେ ଗୋଟିଏ ହାତୀ ଛୋଟେଇ ଛୋଟେଇ ବୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଗ୍ରାମବାସୀ ଏ ସମ୍ପର୍କରେ ବନ ବିଭାଗକୁ ସୂଚନା ଦେଇଥିଲେ। ପରେ ବନ ବିଭାଗ ପକ୍ଷରୁ ଅସୁସ୍ଥ ଦନ୍ତାହାତୀଟିର ଚିକିତ୍ସା କରାଯାଇଥିଲା।

ହାତୀଟିର ଗୋଡ଼ରେ କ୍ଷତ ଏତେ ଗଭୀର ଥିଲା ଯେ ସେ ଛିଡ଼ା ହେବାକୁ ସକ୍ଷମ ହୋଇପାରୁ ନଥିଲା। ପରେ ହାତୀଟିର ମୃତ୍ୟୁ ହୋଇଥିଲା।

Tags: #ElephantDied #InjuredElephant #Treatment #Ranpur #Nayagarh

LEAVE A REPLY

Please enter your comment!
Please enter your name here