ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷ ପାଇଁ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କର ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ଶ୍ରୀମନ୍ଦିର ଭିତରେ ଓ ବାହାରେ, ବଡ଼ଦାଣ୍ଡ ଏବଂ ସମୁଦ୍ରକୂଳ ଅଞ୍ଚଳ ପୋଲିସ ଛାଉଁଣି ହେବ।

ନୂଆବର୍ଷ ଲାଗି ମରଚିକୋଟ ଛକରୁ ନୋ ଭେଇକିଲ ଜୋନ ହେବ। ଭିନ୍ନକ୍ଷମ, ବରିଷ୍ଠ ନାଗରିକ ଓ ଛୋଟ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ। ଆମ୍ବୁଲାନ୍ସ ଚଳପ୍ରଚଳ ପାଇଁ ଗ୍ରୀନ୍ କରିଡର କରାଯିବ। ଭକ୍ତମାନଙ୍କଠାରୁ ଫିଡବ୍ୟାକ ନେବା ପାଇଁ ଫିଡବ୍ୟାକ ସେଣ୍ଟର କରାଯିବ। ସମୁଦ୍ର କୂଳରେ ହଟସ୍ପଟ ପେଟ୍ରୋଲିଂ କରାଯିବ। ଏଥିସହ ସମୁଦ୍ରକୂଳ ଅଞ୍ଚଳରେ ତିନୋଟି ଫାଣ୍ଡି କରାଯିବ। ଏହି ଅବସରରେ ସୁରକ୍ଷିତ ସମୁଦ୍ର ସ୍ନାନ ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି। ପୁରୀ ଏସପି କେ ବିଶାଲ ସିଂ ଓ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ନୂଆବର୍ଷରୁ ଭକ୍ତମାନେ ଏସି ସେଡରେ ପ୍ରବେଶ କରି ନୂଆ ବ୍ୟାରିକେଡ ଦେଇ ଶ୍ରୀମନ୍ଦିର ମଧ୍ୟକୁ ଉତ୍ତର ଦ୍ବାର ଦେଇ ପ୍ରବେଶ କରିବେ। ପୁରୀ ସହରବାସୀଙ୍କ ଲାଗି କୌଣସି କଟକଣା ରହିବ ନାହିଁ। ଏହି ସମୟରେ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ବିଶେଷ ଭାବେ ଗୁରୁତ୍ଵ ଦିଆଯାଇଛି।

Tags: #Puri #NewYear2024 #TightSecurity #Shrimandir #PoliceProtection

Comment