ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ନୂଆବର୍ଷ। ଏହି ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି। ସମସ୍ତେ ଧାଡ଼ିରେ ଯାଇ ବଡ଼ଠାକୁରଙ୍କ ଦର୍ଶନ କରୁଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ସବୁ ବ୍ୟବସ୍ଥା କରାଯାଇଛି।

ମହାପ୍ରଭୁଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭକ୍ତ ଆସୁଥିବାରୁ ସୋମବାର ଶ୍ରୀମନ୍ଦିରରେ ନୀତିକାନ୍ତି ସବୁ ଶୀଘ୍ର ସରିଛି। ଏଥିପାଇଁ ରାତି ୧ ଟାରୁ ପହଡ଼ ଖୋଲା ଯାଇଥିଲା। ତେବେ ନୂଆବର୍ଷରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବାହାରେ ଏସି ଟନେଲର ବ୍ୟବସ୍ଥା କରାଯାଇଛି। ଫଳରେ ଭକ୍ତମାନଙ୍କୁ ଆଉ ଖରାରେ ଠିଆ ହେବାକୁ ପଡ଼ିବ ନାହିଁ।

୧୨ ମିଟର ଚଉଡା ଓ ୮୪ ମିଟର ଲମ୍ବ ବିଶିଷ୍ଟ ଏହି ଏସି ଟନେଲରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିରେ ୧୦ଟି ଧାଡ଼ି ସହ ବସିବା ସୁବିଧା ମଧ୍ୟ ରହିଛି।

ସେହିପରି ଶ୍ରୀମନ୍ଦିରରେ ସୋମବାରଠାରୁ ନୂଆ ନିୟମ ଲାଗୁ ହୋଇଛି। ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଭକ୍ତଙ୍କ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଉଛି। ସେହିପରି ଶ୍ରୀମନ୍ଦିର ଭିତରେ ପାନ,ଗୁଟଖା ଖାଇବା ତଥା ପଲିଥିନ ନେବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି।  

ତେବେ ନୂଆବର୍ଷରେ ପୁରୀରେ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଶେଷ କରି ଶ୍ରୀମନ୍ଦିର ଆଖପାଖ ଅଞ୍ଚଳରେ ଅଧିକ ପୋଲିସ କର୍ମଚାରୀ ମୁତୟନ ହୋଇଛନ୍ତି।  

Tags: #Srimandir #LordJagannath #NewYear #Puri

LEAVE A REPLY

Please enter your comment!
Please enter your name here