ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଭିନ୍ନ ସରକାରୀ ଡାକ୍ତରଖାନା ଓ ସ୍ଵାସ୍ଥ୍ୟ କେନ୍ଦ୍ରରେ ଖାଲି ଥିବା ‘ଫାର୍ମାସିଷ୍ଟ’ ଓ ଅନ୍ୟାନ୍ୟ ‘ସ୍ଵାସ୍ଥ୍ୟ କର୍ମୀ’ ପଦବୀ ପାଇଁ ଅନେକ ସଂଖ୍ୟାରେ ନିଯୁକ୍ତି ସୁଯୋଗ ରହିଛି। ଏନେଇ ୨,୪୫୩ଟି ପଦବୀ ପୂରଣ ହେବ।  

ଓଡ଼ିଶା ସବୋର୍ଡିନେଟ୍ ଷ୍ଟାଫ ସିଲେକସନ କମିଶନ (ଓଏସଏସଏସସି) ପକ୍ଷରୁ ଏହିସବୁ ପଦବୀ ପାଇଁ ଅନଲାଇନ ଆବେଦନ ଜାରି ରହିଛି। ଆବେଦନର ଶେଷ ତାରିଖ ଜାନୁଆରି ୧୬। ‘ସ୍ଵାସ୍ଥ୍ୟ କର୍ମୀ’ ପଦବୀରେ କେବଳ ପୁରୁଷମାନେ ଆବେଦନ କରିପାରିବେ।

ଆପଣମାନେ ଓଏସଏସଏସସିର ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ଫାର୍ମାସିଷ୍ଟ – ୧,୦୦୨
  • ସ୍ଵାସ୍ଥ୍ୟ କର୍ମୀ – ୧,୪୫୧

ଯୋଗ୍ୟତା

  • ଆଶାୟୀମାନେ ଅତିକମରେ ଦ୍ଵାଦଶ ପାସ କରିଥିବା ଆବଶ୍ୟକ
  • ସେମାନଙ୍କ ବୟସ ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ଫାର୍ମାସିଷ୍ଟ ପଦବୀ ପାଇଁ ଆଶାୟୀମାନେ ବି. ଫାର୍ମା ପାସ କରିଥିବା ଆବଶ୍ୟକ 

ଚୟନ ପ୍ରକ୍ରିୟା

ସ୍ଵାସ୍ଥ୍ୟ କର୍ମୀ ପଦବୀ ପାଇଁ ଓଏସଏସଏସସି ପକ୍ଷରୁ ଏକ ଲିଖିତ ପରୀକ୍ଷା କରାଯିବ। ଏଥିରେ ପରୀକ୍ଷା ପାସ କରିଥିବା ଆଶାୟୀମାନଙ୍କ ମେରିଟ ଲିଷ୍ଟ କମିଶନ ପକ୍ଷରୁ ବାହର କରାଯିବ। ଏହାପରେ ସେମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚାକିରି ମିଳିବ।

କେମିତି କରିବେ ଆବେଦନ

  • ଓଏସଏସଏସସିର ୱେବସାଇଟ osssc.gov.inକୁ ଯାଆନ୍ତୁ
  • ୱେବସାଇଟ ଭିତରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
  • ଏହାପରେ ‘ଆପ୍ଲାଏ ଅନଲାଇନ’ରେ କ୍ଲିକ କରନ୍ତୁ
  • ସେଠାରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ପଦବୀ ପାଇଁ କେବେ ଲିଖିତ ପରୀକ୍ଷା କରାଯିବ ସେ ନେଇ ଓଏସଏସଏସସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଓଏସଏସଏସସି ୱେବସାଇଟରେ ଉପଲବ୍ଧ।

Tags: #OSSSC #Pharmacist #MultipurposehealthWorker #Vacancy #EmploymentOpportunity #H&FWDeptOdisha

Comment