ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ତୀର୍ଥ ଭ୍ରମଣରେ ଯାଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୪୩ ଜଣ ବରିଷ୍ଠ ନାଗରିକ। ମୟୂରଭଞ୍ଜ ଜିଲ୍ଲାପାଳ ଭିନୀତ ଭରଦ୍ୱାଜ ସବୁଜ ପତାକା ଦେଖାଇ ତୀର୍ଥଯାତ୍ରା ବସର ଶୁଭାରମ୍ଭ କରି ସମସ୍ତଙ୍କ ସୁରକ୍ଷିତ ଯାତ୍ରା କାମନା କରିଥିଲେ।

ବରିଷ୍ଠ ନାଗରିକମାନଙ୍କର ଏହି ତୀର୍ଥଯାତ୍ରା ୬ ଦିନ ଧରି ଚାଲିବ। ଉଜ୍ଜୈନ, ମହାବଳେଶ୍ଵର, ଓମକାରେଶ୍ଵର ସହ ଅନ୍ୟାନ୍ୟ ତୀର୍ଥସ୍ଥାନ ବୁଲିଲେ ବରିଷ୍ଠ ନାଗରିକ।

ଏହି ତୀର୍ଥଯାତ୍ର ସମୟରେ ବରିଷ୍ଠ ନାଗରିକମାନଙ୍କୁ ସହାୟତା କରିବା ପାଇଁ ସେମାନଙ୍କ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ୯ ଜଣ ସହଯୋଗୀ ଯାଇଛନ୍ତି। ତୀର୍ଥଯାତ୍ରୀମାନେ ବାରିପଦାରୁ ବସ୍ ଯୋଗେ ବାହାରି ବାଲେଶ୍ଵର ପହଞ୍ଚିବା ପରେ ସେଠାରୁ ଟ୍ରେନ ଯୋଗେ ତୀର୍ଥଯାତ୍ରାରେ ଯିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Tags: #BaristhaNagarikaTirthaYatraYojana #Mayurbhanj #SeniorCitizen #OdishaGovt

Comment