ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବ। ଏହି ଭବ୍ୟ ସମାରୋହରେ ସାମିଲ ହେବା ଲାଗି ପୁରୀ ଶ୍ରୀମନ୍ଦିରରୁ ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମନ୍ଦିରକୁ ଆସିଛି ନିୟନ୍ତ୍ରଣ। ଶୁକ୍ରବାର ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୁଇଜଣ ସେବାୟତ କଣ୍ଟିଲୋ ନୀଳମାଧବ ମନ୍ଦିରକୁ ଆସି ନିୟନ୍ତ୍ରଣ କାର୍ଡ ପ୍ରଦାନ କରିଛନ୍ତି।

ଜିଲ୍ଲା ପ୍ରଶାସନ ଏବଂ ନୀଳମାଧବ ମନ୍ଦିରର ସେବାୟତମାନେ ଫୁଲମାଳ ଏବଂ ସଂକୀର୍ତ୍ତନର ତାଳେତାଳେ ନିମନ୍ତ୍ରଣ କରିବାକୁ ଆସିଥିବା ସେବାୟତଙ୍କୁ ମନ୍ଦିରକୁ ପାଛୋଟି ନେଇଥିଲେ। ଏହା ପରେ ନିମନ୍ତ୍ରଣ କାର୍ଡ ନିଳମାଧବଙ୍କ ସେବାୟତମାନଙ୍କୁ ପ୍ରଦାନ କରାଯାଇଥିଲା।

ପୁରୀ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୟାଗଡ଼ ଜିଲ୍ଲାର ଜଗନ୍ନାଥ ପ୍ରେମୀଙ୍କଠାରୁ ଜାନୁଆରି ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ମୁଠାଏ ଲେଖାଏଁ ଅରୁଆ ଚାଉଳ ଏବଂ ଗୋଟିଏ ଗୁଆ ମହାପ୍ରଭୁ ଶ୍ରୀ ଗଜନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବା ଲାଗି କୁହାଯାଇଛି। ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକରେ ଶନିବାର ଦିନଠାରୁ ସମର୍ପଣ କାର୍ଯ୍ରକମ ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

Tags: #SrimandirParikramaPrakalpa #InvitationCard #Nayagarh #KantiloNeelamadhab #Odisha

Comment