ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ଶନିବାର ଦିନ ପ୍ରଥମ ଥର ପାଇଁ ଓଡ଼ିଶା ଆସିଛନ୍ତି ଡାକ୍ତର ଅଜୟ କୁମାର।

ନୂଆ ପ୍ରଭାରୀଙ୍କୁ ସ୍ଵାଗତ କରିବା ଲାଗି ଭୁନେଶ୍ଵରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରେ ପହଞ୍ଚିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହନୀପତି, ଦଳୀୟ ନେତା ଏବଂ କର୍ମୀ।

ପୁଷ୍ପଗୁଚ୍ଛ ସହ ବାଜା ବଜାଇ ରାଜ୍ୟର ନୂଆ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କୁ ସ୍ଵାଗତ କରାଯାଇଥିଲା। ବାଇକ ଶୋଭାଯାତ୍ରା କରି ନୂଆ ପ୍ରଭାରୀଙ୍କୁ ଭୁବନେଶ୍ଵରସ୍ଥିତ କଂଗ୍ରେସ ଭବନକୁ ପାଛୋଟି ଆଣାଯାଇଥିଲା।

ଡାକ୍ତର ଅଜୟ କୁମାର ଆସନ୍ତା ନିର୍ବାଚନ ଲାଗି ରଣନୀତି ପ୍ରସ୍ତୁତ କରିବା ସହ ନେତା ଏବଂ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ। ରାଜ୍ୟ କଂଗ୍ରେସ ପ୍ରଭାରୀ ଭାବେ ଓଡ଼ିଶାରେ ପାଦ ଦେଉ ଦେଉ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅଜୟ କୁମାର। ଏଣେ ନୂଆ ପ୍ରଭାରୀଙ୍କୁ ନେଇ ଉତଫୁଲିସ କଂଗ୍ରେସ ଶିବିର।

Tags: #Politics #OdishaPolitics #OdishaStateInChanrge #DrAjayKumar #OdishaVisit

Comment