ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଚମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଶେଖ୍ ହସିନା। ମୋଟ ୩୦୦ ଆସନରୁ ୨୨୩ଟି ଆସନରେ ହସିନାଙ୍କ ଦଳ ଆଓ୍ଵାମୀ ଲିଗ୍ ବିପୁଳ ବିଜୟ ହାସଲ କରିଛି।

ବିଜୟ ପରେ ଶେଖ୍ ହସିନା କହିଛନ୍ତି, ଆଗାମୀ ୫ ବର୍ଷ ମଧ୍ୟରେ ଦେଶର ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ଵ ଦିଆଯିବ, ଯାହା ଉପରେ କାମ ଆରମ୍ଭ ହୋଇସାରିଛି। ଆସନ୍ତା ୨୦୪୧ ମସିହା ସୁଦ୍ଧା ବାଂଲାଦେଶକୁ ବିକଶିତ ଦେଶ ଭାବେ ଗଢ଼ିବାକୁ ଲକ୍ଷ୍ୟ ରହିଛି।

ଏହି ବିଜୟ ପରେ ଶେଖ୍ ହସିନା ଭାରତକୁ ଉଚ୍ଚ ପ୍ରସଂଶା କରିବା ସହ ଭାରତ ଭଳି ବନ୍ଧୁ ପାଇ ବାଂଲାଦେଶ ଭାଗ୍ୟବାନ ବୋଲି କହିଥିଲେ। ୧୯୭୧ ମସିହାରେ ପାକିସ୍ତାନ ସହ ଯୁଦ୍ଧରେ ଭାରତୀୟ ଅବଦାନକୁ ମନେ ପକାଇଥିଲେ ସେ। ଶେଖ୍ ହାସିନା ୨୦୦୯ ମସିହାରୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଆସୁଛନ୍ତି।

ନିର୍ବାଚନରେ ବିପୁଳ ବିଜୟ ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶବାସୀଙ୍କୁ ଧନ୍ୟବାଦ ଦେବା ସହ ଏହି ବିଜୟ ଜନତାଙ୍କ ବିଜୟ ବୋଲି କହିଥିଲେ।

Tags: #Politics #BangladeshPolitics #BangladeshPolls #Election #SheikhHasina

Comment