ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ମକର ସଂକ୍ରାନ୍ତି। ଘରେ ଘରେ ପ୍ରସ୍ତୁତ ହୋଇଛି ମକର ଚାଉଳ। ଏହି ମକର ଚାଉଳକୁ ଠାକୁରଙ୍କ ପାଖରେ ଭୋଗ ଲାଗିଛି। ମନ୍ଦିରରେ ମଧ୍ୟ ମକର ସଂକ୍ରାନ୍ତି ପାଇଁ ହୋଇଛି ସ୍ଵତନ୍ତ୍ର ଆୟୋଜନ।

ଓଡ଼ିଶା ସହିତ ଭାରତର ବିଭିନ୍ନ ସ୍ଥାନରେ ଆଜିର ଦିନକୁ ବେଶ ଉତ୍ସାହର ସହ ପାଳନ କରାଯାଉଛି। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ଏହାକୁ ପାଳନ କରାଯାଇଥାଏ।

ମକର ସଂକ୍ରାନ୍ତି ସମୟରେ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ। ତେଣୁ ସେଦିନ ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, କ୍ଷୀର, ଗୋଲମରିଚ ଆଦି ମିଶାଇ ମକର ଚାଉଳ ପ୍ରସ୍ତୁତ ହୋଇଥାଏ।

ଏହି ମକର ଚାଉଳକୁ ସୂର୍ଯ୍ୟଙ୍କୁ ଅର୍ପଣକ କରାଯାଏ ଏବଂ ଠାକୁରଙ୍କ ପାଖରେ ଲାଗି ହେବା ପରେ ଏହାକୁ ସମସ୍ତେ ସେବନ କରିଥା’ନ୍ତି। ମକର ସଂକ୍ରାନ୍ତି ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମକରଯାତ୍ରାର ଆୟୋଜିତ ହୋଇଥାଏ।

Tags: #Culture #CultureOfOdisha #MakarShankranti #MakarChaula

Comment