ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ଦିନ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏଥିଲାଗି ଜାନୁଆରି ୧୭ ତାରିଖକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ ଏବଂ କଲେଜ ବନ୍ଦ ରହିବ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଉତ୍ସବମୁଖର ହୋଇଛି ଶ୍ରୀକ୍ଷେତ୍ର। ସୋମବାର ଦିନଠାରୁ ଆରମ୍ଭ ହୋଇଛି ମହାଯଜ୍ଞ। ଏହି ମହାଯଜ୍ଞ ତିନିଦିନ ଧରି ଚାଲିବ। ଶ୍ରୀମନ୍ଦିର ଚାରିଦ୍ଵାରରେ ଚାଲିଥିବା ହୋମଯଜ୍ଞ ଏବଂ ବେଦପାଠରେ ପ୍ରକମ୍ପିତ ହେଉଛି ଚତୁର୍ଦିଗ।

ସୋମବାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଅଖଣ୍ଡ ଦୀପ ପ୍ରଜ୍ଜ୍ଵଳନ କରି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ମହାଯଜ୍ଞର ଶୁଭାରମ୍ଭ କରାଯାଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଲୋକାର୍ପଣ ଉତ୍ସବ ଭକ୍ତିମୟ ତଥା ଉତ୍ସାହର ସହ ଅନୁଷ୍ଠିତ ହେବାକୁ ଯାଉଛି। ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ଯୋଗଦାନ କରିବାକୁ ସମସ୍ତକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି।

Tags: #PuriShriMandir #ShriMandirParikramaPrakalpa #GovtHoliday #Odisha #Schools

LEAVE A REPLY

Please enter your comment!
Please enter your name here