ଓଡ଼ିଶାଲାଇଭ୍ ବ୍ୟୁରୋ

ଏଏସଓ ଚୟନ ଅନିୟମିତତା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଶୁକ୍ରବାର ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଓଡ଼ିଶା ସରକାର, ଓପିଏସସି ଏବଂ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ସମସ୍ତଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଏଏସଓ ଚୟନ ଅନିୟମିତତା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ ପିଟିସନ (ଏସଏଲପି) ଦାଏର କରାଯାଇଥିଲା। ଏଥିରେ ଆବେଦନକାରୀ ରଜତ ମିଶ୍ର ଏଏସଓ ଚୟନ ପ୍ରକ୍ରିୟାକୁ ନେଇ ଆପତ୍ତି ଦର୍ଶାଇଥିଲେ।

ସୁପ୍ରିମକୋର୍ଟ ଏହି ଏସଏଲପିକୁ ଗ୍ରହଣ କରି ମାମଲାରେ ସବୁ ପକ୍ଷଙ୍କୁ ଜବାବ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି। ସବୁ ପକ୍ଷଙ୍କୁ ଶୁଣିବା ପରେ ସୁପ୍ରିମକୋର୍ଟ ମାମଲାରେ ଚୂଡ଼ାନ୍ତ ରାୟ ପ୍ରକାଶ କରିବେ।

ଏଏସଓ ଚୟନ ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଦୁଇଜଣିଆ ବିଚାରପତିଙ୍କ ଖଣ୍ଡପୀଠ ୨୦୨୩ ଡିସେମ୍ବର ୨୨ ତାରିଖରେ ରାୟ ଶୁଣାଣିଥିଲେ। ଏଥିରେ ଏଏସଓ ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ନଥିବା କୁହାଯାଇଥିଲା। ଏହାସହ ଓପିଏସସି ପକ୍ଷରୁ ଜାରି ହୋଇଥିବା ୧,୧୦୪ ଜଣ ପରୀକ୍ଷାର୍ଥୀଙ୍କ ମେରିଟ୍ ଲିଷ୍ଟକୁ କାଏମ ରଖାଯାଇଥିଲା। ଯେଉଁଠୁ ଚୟନ ପ୍ରକ୍ରିୟା ବନ୍ଦ ରହିଥିଲା, ସେଠାରୁ ପୁଣି ଆରମ୍ଭ କରିବାକୁ ଓପିଏସସିକୁ ନିର୍ଦେଶ ଦେଇଥିଲେ ହାଇକୋର୍ଟ।

ଓଡ଼ିଶା ସଚିବାଳୟରେ ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦବୀ ପାଇଁ ୨୦୨୨ ମସିହା ଅଗଷ୍ଟ ୨୭ ତାରିଖରେ ଲିଖିତ ପରୀକ୍ଷା ହୋଇଥିଲା। ମୋଟ୍ ୧ ଲକ୍ଷ ୪୮ ହଜାର ୮୮୮ ଜଣ ପ୍ରାର୍ଥୀ ଏହି ପରୀକ୍ଷା ଦେଇଥିଲେ।

Tags: #ASOExam #SupremeCourt #OdishaHighcourt #Examination #Employment #OPSC

LEAVE A REPLY

Please enter your comment!
Please enter your name here