ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୩ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ଏହି ଘଟଣାରେ ମୋଟ ୮ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୯ଟି ଥାନାରେ ୧୪ଟି ମାମଲା ରୁଜୁ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସପି ଏସ ସୁଶ୍ରୀ।

ବେଆଇନ ଅସ୍ତ୍ରଶସ୍ତ୍ର ବ୍ୟବହାର ତଥା ବନ୍ୟଜନ୍ତୁ ଶିକାର ରୋକିବା ପାଇଁ ମୟୂରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ ଚାଲିଥିବା ସ୍ଵତନ୍ତ୍ର ଶିମିଳିପାଳ ସୁରକ୍ଷା ଅଭିଯାନରେ ଏହି ସଫଳତା ମିଳିଛି।

ଗତ ଦୁଇ ମାସ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦର, ବଡ଼ସାହି, ଉଦଳା, ଖୁଣ୍ଟା, ଶରତ, କପ୍ତିପଦା, କରଞ୍ଜିଆ, ଯଶୀପୁର ଓ ଠାକୁରମୁଣ୍ଡା ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇ ଏହି ବନ୍ଧୁକ ଜବତ କରିଛି ମୟୂରଭଞ୍ଜ ପୋଲିସ। ଆଗାମୀ ଦିନରେ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ମୟୂରଭଞ୍ଜ ଏସପି କହିଛନ୍ତି।

Tags: #Mayurbhanj #SeizedLocalGun #MayurbhanjPolice #Similipal

LEAVE A REPLY

Please enter your comment!
Please enter your name here