ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣ ନିର୍ବାଚନ ପୂର୍ବରୁ ଘର ସଜାଡ଼ୁଛି କଂଗ୍ରେସ। ଦଳର ଦୁଇ ଜଣ ବରିଷ୍ଠ ନେତାଙ୍କୁ ଉପରୁ ହଟିଛି ନିଲମ୍ବନ ଆଦେଶ। ପୁଣି କଂଗ୍ରେସକୁ ଫେରିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ଵାଳ। ନିଲମ୍ବନ ହଟିବା ନେଇ ସୂଚନା ଦେଇଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାର।

ସେହିପରି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଧ୍ୟ ଦଳକୁ ଫେରିଛନ୍ତି। କୃଷ୍ଣଚନ୍ଦ୍ର ସଗରିଆ ୨୦୧୯ ମସିହାରୁ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ।

ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ଗତ ୨୦୨୩ ମସିହା ଜୁଲାଇ ୧୫ ତାରିଖରେ ମହମ୍ମଦ ମୋକିମ ଏବଂ ଚରିଞ୍ଜୀବ ବିଶ୍ଵାଳଙ୍କୁ ଏଆଇସିସି ଶୃଙ୍ଖଳା କମିଟି ନିଲମ୍ବିତ କରିଥିଲା। ଆଗକୁ ସାଧାରଣ ନିର୍ବାଚନ ଥିବାରୁ କଂଗ୍ରେସର ତିନି ଅଭିଜ୍ଞ ନେତାଙ୍କ ଉପରୁ ନିଲମ୍ବନ ହଟିବା ନିଶ୍ଚିତ ଭାବେ ଦଳକୁ ବଳ ଯୋଗାଇବ ବୋଲି ରାଜନୈତି ମହଲରେ ଚର୍ଚ୍ଚା ହେଉଛି।

Tags: #Politics #OdishaPolitics #Congress #MahammedMoquim #ChiranjibBiswal

LEAVE A REPLY

Please enter your comment!
Please enter your name here