ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ରତ୍ନସିଂହାସନରେ ମହାପ୍ରଭୁଙ୍କର ଅଭିଷେକ ନୀତି ପରେ ସୁନାବେଶ ସମ୍ପନ୍ନ ହେବ। ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ।

ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଗୁରୁବାର ସକାଳ ଧୂପ ପରେ ଅଭିଷେକ ନୀତି ଅନୁଷ୍ଠିତ ହେବ। ଏଥିରେ ପୂର୍ବଦିନରୁ ରଖାଯାଇଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁଙ୍କୁ ଅଭିଷେକ କରାଯିବ। ଏହାପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ।

ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ପୁଷ୍ୟାଭିଷକ ଅନ୍ୟତମ‌ ଉତ୍ସବ। ଏହି ଦିନ ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସ ପରେ ଅଯୋଧ୍ୟାର ସିଂହାସନରେ ଅଧିଷ୍ଠିତ ହୋଇଥିଲେ। ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପୌଷପୂର୍ଣ୍ଣିମାରେ ମହାପ୍ରଭୁଙ୍କର ଅଭିଷେକ ନୀତି ହୋଇଥାଏ।

ଅନ୍ୟପଟେ ଗୁରୁବାର ପୁଷ୍ୟା ନକ୍ଷତ୍ର ଯୋଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଶ୍ରୀନଅରରେ ଅନୁଷ୍ଠିତ ହେବ। ପଞ୍ଚଦେବତା ପୂଜାଠାରୁ ଆରମ୍ଭ କରି ଶାସ୍ତ୍ରୀୟ ପୂଜା ପରେ ଗଜପତି ମହାରାଜା ଅଭିଷେକ ହେବେ। ଏହାପରେ ସନ୍ଧ୍ୟା ସମୟରେ ମହୋଦଧି ଆଳତୀ କରାଯିବ।

Tags: #SriMandir #PausaPurnima #LordJagannath #RajrajeswarBesa #Culture #Puri

LEAVE A REPLY

Please enter your comment!
Please enter your name here