ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପି ନେତା ରଞ୍ଜିତ ଶ୍ରୀନିବାସନଙ୍କ ହତ୍ୟା ଘଟଣାର ୪ ବର୍ଷ ପରେ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି କେରଳ କୋର୍ଟ। ଏହି ହତ୍ୟାକାଣ୍ଡରେ ୧୫ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ମାଓ୍ଵେଲିକ୍କରର ଜିଲ୍ଲା କୋର୍ଟ।

୨୦୨୧ ମସିହା ଡିସେମ୍ବର ୧୯ ତାରିଖରେ ବିଜେପି ଓବିସି ମୋର୍ଚ୍ଚାର ସଭାପତି ରଞ୍ଜିତ ଶ୍ରୀନିବାସନଙ୍କୁ ଆଲାପ୍ପୁଝା ସ୍ଥିତ ବାସଭବନରେ ପତ୍ନୀ ଓ ଝିଅଙ୍କ ଆଗରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

ରଞ୍ଜିତ ଶ୍ରୀନିବାସନଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତେ ନିଷିଦ୍ଧ ସଂଗଠନ ପପୁଲାର ଫ୍ରାଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ଏବଂ ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ (ଏସଡିପିଆଇ) ର ସଦସ୍ୟ ଅଛନ୍ତି। ଦୋଷୀମାନଙ୍କ ମଧ୍ୟରୁ ୮ ଜଣ ହତ୍ୟାକାଣ୍ଡ ଘଟଣାଇଥିବା ବେଳେ ଅନ୍ୟ ଦୋଷୀମାନେ ଏହି ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି।

Tags: #BJPLeaderMurderCase #RanjithSreenivasan #PFIActivistsgetDeathSentence #KelalaCourt

Comment