ଓଡ଼ିଶାଲାଇଭ୍ ବ୍ୟୁରୋ

ରିମାଣ୍ଡରେ ଗଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଜମି ଦୁର୍ନୀତି ଏବଂ ଅର୍ଥ ହେରଫେର ଅଭିଯୋଗରେ ଗିରଫ ହୋଇଥିବା ହେମନ୍ତ ସୋରେନଙ୍କୁ ଶୁକ୍ରବାର ଦିନ ୫ ଦିନିଆ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)।

ହେମନ୍ତ ସୋରେନଙ୍କୁ ବୁଧବାର ଦିନ ଗିରଫ କରାଯିବା ପରେ ରାଞ୍ଚିସ୍ଥିତ ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା। ହେମନ୍ତ ସୋରେନଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଥିବାବେଳେ ୫ ଦିନ ପାଇଁ ଅନୁମତି ଦେଇଛନ୍ତି କୋର୍ଟ।

ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ହେମନ୍ତ ସୋରେନ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। କିନ୍ତୁ ତାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ସହ ହାଇକୋର୍ଟରେ ଆବେଦନ କରିବାକୁ କହିଛନ୍ତି।

ଜମି ଦୁର୍ନୀତି ମାମଲାରେ ହଜାର ହେବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ହେମନ୍ତ ସୋରେନଙ୍କୁ ବାରମ୍ବର ସମନ ପଠାଯାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ଇଡି ଟିମକୁ ଧରାଛୁଆଁ ଦେଉନଥିବା ହେମନ୍ତ ସୋରେନଙ୍କ ଝାରଖଣ୍ଡ ଏବଂ ଦିଲ୍ଲୀସ୍ଥିତ ବାସଭବନରେ ସୋମବାର ଦିନ ଚଢ଼ଉ କରାଯାଇଥିଲା।

ଚଢ଼ଉ ବେଳେ ଜମି ଦୁର୍ନୀତି ସହ ଜଡ଼ିତ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଏବଂ ନଗତ ୩୬ ଲକ୍ଷ ଟଙ୍କା ଓ ଦୁଇଟି ଦାମୀ କାର ଇଡି ଜବତ କରିଥିଲା। ଏହା ସହ ଦୁଇଟି ଦାମୀ କାର ଜବତ କରାଯାଇଥିଲା।

Tags: #Politics #HemantSoren #Jail #EDAction #HemantSorenArrested #EDRemand

LEAVE A REPLY

Please enter your comment!
Please enter your name here