ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଆସିବେ ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ଫେବ୍ରୁଆରି ୧୫ରୁ ୧୭ ତାରିଖ ମୁଖ୍ୟ ନିର୍ବାଚନ କମିଶନର ଓଡ଼ିଆ ଆସିବେ। ଏହି ତିନିଦିନିଆ ଗସ୍ତ ସମୟରେ ନିର୍ବାଚନ କମିଶନର ଆଗାମୀ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବେ।

କିଛି ରାଜ୍ୟରେ ଲୋକସଭା ସହିତ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଏହାପୂର୍ବରୁ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକୁ ଯାଇ ସେଠାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ରାଜୀବ କୁମାର। ଏହି ଗସ୍ତ ବେଳେ ନିର୍ବାଚନ କମିଶନରଙ୍କ ସହ ଅଧିକାରୀମାନେ ମଧ୍ୟ ଆସିବେ।

Tags: #Politics #IndiaPolitics #OdishaPolitics #Election #ChiefElectionCommissioner

Comment