ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରେ ଯୋଗ ଦେଲେ ଡକ୍ଟର ସନ୍ତୃପ୍ତ ମିଶ୍ର। ଶୁକ୍ରବାର ଦିନ ନବୀନ ନିବାସରେ ଡକ୍ଟର ସନ୍ତୃପ୍ତ ମିଶ୍ର ଯୋଗ ଦେଇଛନ୍ତି। ଡକ୍ଟର ସନ୍ତୃପ୍ତ ମିଶ୍ର ବିଜେଡିରେ ମିଶିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା।

ଦଳରେ ଯୋଗ ଦେବା ପରେ ଡକ୍ଟର ସନ୍ତୃପ୍ତ ମିଶ୍ରଙ୍କୁ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତ କରାଯାଇଛି। ଏହା ସହ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କୁ ବିଜେଡି ମୁଖ୍ୟପାତ୍ର ଭାବେ ନିଯୁକ୍ତି ମିଳିଛି।

ବିଜେଡିରେ ଯୋଗ ଦେବା ପରେ ଡକ୍ଟର ସନ୍ତୃପ୍ତ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, “ବହୁ ବର୍ଷ ଧରି ମୁଁ ଓଡ଼ିଶା ବାହାରେ ରହିଥିଲି। ଓଡ଼ିଶାକୁ ଫେରିଆସି ଭାଇଭଉଣୀମାନଙ୍କ ପାଇଁ କିଛି କାମ କରିବାକୁ ମୋର ଇଚ୍ଛା ଥିଲା। ବିଜେଡି ସରକାର ମୋତେ ସେ ସୁଯୋଗ ଦେଇଛନ୍ତି। ସମସ୍ତଙ୍କ ଶୁଭେଚ୍ଛ ଓ ସହଯୋଗରେ ଲୋକଙ୍କ ସେବା କରିବି।”

ବିଜେଡିରେ ଯୋଗ ଦେବା ପରେ ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ।

ଦଳ ତାଙ୍କୁ ଯେଉଁ ଦାୟିତ୍ଵ ଦେବ ସେ ତାଙ୍କୁ ଜଣେ ଶୃଙ୍ଖଳିତ କର୍ମୀ ଭଳି ନିଷ୍ଠାର ସହ ନିର୍ବାହ କରିବେ ବୋଲି କହିଛନ୍ତି। ରାଜ୍ୟସଭାକୁ ପଠାଯିବା ପ୍ରସଙ୍ଗରେ ସେ କହିଥିଲେ, “ମୁଁ ଏବେ ପ୍ରଥମ ଶ୍ରେଣୀରେ ଯୋଗ ଦେଲି, ଦଶମ ଶ୍ରେଣୀ କଥା ଭାବିକା ଉଚିତ ନୁହେଁ। ପରୀକ୍ଷାରେ ପାସ ହେବା ପରେ ଦଶମ କଥା ଭାବିବା କଥା। ମୋତେ ବହୁତ କିଛି ଶିଖିବାର ଅଛି।”

ଡକ୍ଟର ସନ୍ତୃପ୍ତ ମିଶ୍ର ବହୁରାଷ୍ଟ୍ରୀୟ କମ୍ପାନିରେ କାମ କରୁଥିଲେ। ସେ ୨୮ ବର୍ଷ ଚାକିରି କରିବା ପରେ କିଛି ମାସ ହେବା ଚାକିରି ଛାଡ଼ି ଓଡ଼ିଶା ଆସିଛନ୍ତି।

Tags: #Politics #OdishaPolitics #BJD #SantruptMisra

LEAVE A REPLY

Please enter your comment!
Please enter your name here