ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର। ଶନିବାର ଦିନ ଭୁବନେଶ୍ଵରସ୍ଥିତ ମୁଖ୍ୟାଳୟରେ ଦଳର ଓଡ଼ିଶା ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗଦେଇଛନ୍ତି। ଏହି ମିଶ୍ରଣ ପର୍ବ ଅବସରରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

କଂଗ୍ରେସରେ ଯୋଗ ଦେବା ପରେ ମନୋଜ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ନେତା ହେବାକୁ ନୁହେଁ, ବରଂ ଲୋକଙ୍କ ସେବା କରିବାକୁ ସେ ରାଜନୀତିରେ ପାଦ ଦେଇଛନ୍ତି। ପଶ୍ଚିମ ଓଡ଼ିଶାରେ ଅନେକ ସମସ୍ୟା ରହିଛି। ବର୍ଷ ବର୍ଷ ଧରି ଏହି ସବୁ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ତେଣୁ ପଶ୍ଚିମ ଲୋକଙ୍କ ସ୍ଵର ଉଠାଇବାକୁ ସେ କଂଗ୍ରେସରେ ମିଶି ଥିବା ମନୋଜ କହିଛନ୍ତି।

ମନୋଜ ମିଶ୍ର ବଲିଉଡ ତଥା ଓଲିଉଡ ସିନେମା ଜଗତର ଜଣେ ଶଣାଶୁଣା ଅଭିନେତା। ଓଡ଼ିଶାରେ ଆଞ୍ଚଳିକବାଦ ସହ ଓଲିଉଡରେ ଭେଦଭାବ ଅଭିଯୋଗ ଆଣି ଚର୍ଚ୍ଚାରେ ରହିଥିଲେ ଅଭିନେତା ମନୋଜ ମିଶ୍ର। ନିକଟରେ କିଛି ପ୍ରଯୋଜକ ତାଙ୍କୁ ବାସନ୍ଦ କରିବାକୁ ନେଇ ବିବାଦ ବଢ଼ିଥିଲା। ଏହି ଘଟଣାରେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ହସ୍ତକ୍ଷପ କରିବା ସହ ମନୋଜଙ୍କ ସପକ୍ଷରେ ଯୁକ୍ତି ରଖିଥିଲେ।

Tags: #Politics #OdshaPolitics #Congress #ManojMishra #ActorManojMishra

LEAVE A REPLY

Please enter your comment!
Please enter your name here