ଓଡ଼ିଶାଲାଇଭ୍ ବ୍ୟୁରୋ

ତେଜିଲା ବ୍ୟାଗ ରାଜନୀତି। ସାରା ରାଜ୍ୟରେ ରାସନକାର୍ଡ ହିତାଧିକାରୀଙ୍କୁ ଆମ ଓଡ଼ିଶା ନବୀନ ଓଡ଼ିଶା ଲୋଗୋ ଥିବା ବ୍ୟାଗ ବଣ୍ଟନକୁ ବିରୋଧ କରୁଛି ବିଜେପି। ବୌଦ୍ଧ ଜିଲ୍ଲାର ପ୍ରତି ପଞ୍ଚାୟତରେ ଏବେ ଏହି ବ୍ୟାଗ ରାସକାର୍ଡ ହିତାଧିକାରୀମାନଙ୍କୁ ବିତରଣ କରାଯାଉଥିବାରୁ ଏହାକୁ ବିରୋଧ କରିଛି ବିଜେପି।

ସୋମବାର ସକାଳୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହଲ ପଞ୍ଚାୟତ ସମ୍ମୁଖରେ ଆମ ଓଡ଼ିଶା ନବୀନ ଓଡ଼ିଶା ଲୋଗୋ ଥିବା ବ୍ୟାଗ ରାସନ କାର୍ଡ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଏହି ସମୟରେ ବିଜେପି କର୍ମୀମାନେ ଏହାକୁ ବିରୋଧ କରିବା ସହ ବ୍ୟାଗଗୁଡ଼ିକୁ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ରଖି ଦେଇଥିଲେ।

ବିଜେପି ପକ୍ଷରୁ ବ୍ୟାଗ ବଣ୍ଟନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବ୍ୟାଗଗୁଡ଼ିକୁ ଏକାଠି କରି ବିଜେପି କର୍ମୀମାନେ ଏଥିରେ ନିଆଁ ଲଗାଇ ଦେଇଥିଲେ।

କେନ୍ଦ୍ର ସରକାର ଚାଉଳ ଦେଉଥିବା ବେଳେ ରାଜ୍ୟ ସରକାର ଏହାର ଶ୍ରେୟ ନେବାକୁ ଚାହୁଁଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ବ୍ୟାଗ ବଣ୍ଟନ କାର୍ଯ୍ୟକ୍ରମ ବନ୍ଦ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ବିଜେପି ନେତା ସୁବାସ ପ୍ରଧାନ କହିଛନ୍ତି। ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଏବଂ କଣ୍ଟାମାଳ ବ୍ଲକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି।

Tags: #Politics #OdishaPolitics #OdishaNabinOdishaBrandedbag #BJP #Boudh

LEAVE A REPLY

Please enter your comment!
Please enter your name here