ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ଵର): କଳାକାରମାନଙ୍କ ଲାଗି ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର। କଳାକାରମାନଙ୍କ ହିତକୁ ଦୃଷ୍ଟିରେ ରଖି ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ କଳାକାରମାନଙ୍କ ସହାୟତା ରାଶି ବୃଦ୍ଧି କରାଯାଇଛି।

ଏଣିକି ଏହି ଯୋଜନାର ହିତାଧିକାରୀମାନେ ମାସକୁ ୧,୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ପାଇବେ। ସେହିପରି ୮୦ ବର୍ଷରୁ ଊର୍ଦ୍ଧ୍ଵ କଳାକାରମାନଙ୍କୁ ମାସକୁ ୨,୫୦୦ ଟଙ୍କା ପ୍ରଦାନ କରାଯିବ। ଏହି ଯୋଜନାରେ ଉପକୃତ ହେବେ ରାଜ୍ୟର ମୋଟ ୮୦ ହଜାର କଳାକାର। ଏହି ବର୍ଦ୍ଧିତ ସହାୟତା ରାଶି ଚଳିତ ଫେବ୍ରୁଆରି ୨୦ରୁ ୨୫ ତାରିଖ ମଧ୍ୟରେ ପ୍ରଦାନ କରାଯିବ।

ପୂର୍ବରୁ ଏହି ଯୋଜନାର ୫୦ ହଜାର କଳାକାରଙ୍କୁ ମାସିକ ୧,୨୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଉଥିଲା। ବର୍ତ୍ତମାନ ଏହି ଯୋଜନାରେ ଯୋଡ଼ି ହୋଇଛନ୍ତି ଆଉ ୩୦ ହଜାର କଳାକାର। ଏବେ ମୋଟ ୮୦ ହଜାର କଳାକାର ଏହି ଯୋଜନାରୁ ଉପକୃତ ହେବେ।

Tags: #MukhyamantriKalakarSahayataYojana #OdishaGovt #AssistanceForArtists

LEAVE A REPLY

Please enter your comment!
Please enter your name here