ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ। ସୋମବାର ଦିନ ଏ ନେଇ ନବୀନ ଚନ୍ଦ୍ର ନାରାୟଣ ଦାସ ସୂଚନା ଦେବା ସହ ନିଜ ଇସ୍ତଫା ପତ୍ର କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇ ଦେଇଛନ୍ତି।

ଦଳ ପ୍ରତି ଅସନ୍ତୁଷ୍ଟତା କାରଣରୁ ସେ କଂଗ୍ରେସ ଛାଡ଼ିଥିବା କହିଛନ୍ତି ନବୀନ ଚନ୍ଦ୍ର ନାରାୟଣ ଦାସ। ଅନ୍ୟ ଦଳରେ ମିଶିବାର ତାଙ୍କର କୌଣସି ଯୋଜନା ନଥିବା ସେ କହିଛନ୍ତି।

ନବୀନ ଚନ୍ଦ୍ର ନାରାୟଣ ଦାସ ୧୯୬୭ ମସିହାରୁ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୫ ମସିହାରୁ ୨୦୦୦ ମସିହା ମଧ୍ୟରେ କଂଗ୍ରେସ ସରକାର ଅଧୀନରେ ମନ୍ତ୍ରୀ ଥିଲେ।

ନବୀନ ଚନ୍ଦ୍ର ନାରାୟଣ ଦାସଙ୍କ ବ୍ୟତୀତ ଓଡ଼ାପଡ଼ା ବ୍ଲକ ସଭାପତି ପ୍ରମୋଦ କୁମାର ନାୟକ, ଢେଙ୍କାନାଳ ଟାଉନ ସଭାପତି ହାଇଦର ମହମ୍ମଦ, ସଦର ବ୍ଲକ କଂଗ୍ରେସ ସଭାପତି ଅଖିଳ ମୋହନ ଖୁଣ୍ଟିଆ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।

Tags: #Politics #OdishaPolitics #Congress #NabinChandraNarayanDas #NabinChandraNarayanDasResigns

LEAVE A REPLY

Please enter your comment!
Please enter your name here