ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହେଲା ପୁରୀ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାମ। ଶୁକ୍ରବାର ଦିନ ଗୋଟାଏରୁ ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୭ଟା ଯାଏଁ ଚାଲିବ। ମରାମତି କାମରେ ନିୟୋଜିତ ହୋଇଛନ୍ତି ୩୫ ଜଣ କୁଶଳୀ କାରିଗର।

ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବକ୍ଷେଣ ସଂସ୍ଥା (ଏଏସଆଇ) ପକ୍ଷରୁ ଏହି ମରାମତି କାମ କରାଯାଉଛି। ପୂର୍ବରୁ ନାଟମଣ୍ଡପର ଉପର ଭାଗର ପଥର ଯୋଡ଼େଇ ଓ ସଫା କାମ କରାଯାଇଥିଲା। ଏବେ ୪ଟି ଷ୍ଟେନଲେସ୍ ଷ୍ଟିଲ ବିମ ଲଗାଯିବ। ଏଥିପାଇଁ ଡିଜାଇନ ଚୂଡ଼ାନ୍ତ ହୋଇ ଅନୁମତି ପରେ ଶୁକ୍ରବାରଠାରୁ କାମ ଆରମ୍ଭ ହୋଇଛି।

ପ୍ରାଥମ ପର୍ଯ୍ୟାୟରେ ମୁଖ୍ୟ ବିମ ଫାଟ ମରାମତି ପାଇଁ ଭାରା ବନ୍ଧା ଯାଇଛି। ନାଟମଣ୍ଡପ ମୁଖ୍ୟ ବିମରେ ଫାଟ ଥିବାରୁ ଗରୁଡ଼ ସ୍ତମ୍ଭ ସମ୍ମୁଖ ଭାଗ ବିମକୁ ଧରି ରଖିବା ଲାଗି ଷ୍ଟେନଲେସ ଷ୍ଟିଲର ସର୍ପୋଟ ଦିଆଯିବ। ନାଟମଣ୍ଡପ ମରାମତି କାମ ଏପ୍ରିଲ ଶେଷ ସୁଦ୍ଧା ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଶ୍ରୀମନ୍ଦିର ନାଟମଣ୍ଡପର ମରାମତି ସମୟରେ ଯେପରି ଦର୍ଶନ ବ୍ୟବସ୍ଥାରେ ବାଧା ନଉପୁଜିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।

Tags: #Puri #ShreeMandir #SheeJagannathTemple #Natamandap #NatamandapReparing

LEAVE A REPLY

Please enter your comment!
Please enter your name here