ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ଓଡ଼ିଶା ହାଇକୋର୍ଟ। ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି।

୨୦୧୯ ବିଧାନସଭା ନିର୍ବାଚନ ଲାଗି ନାମାଙ୍କନ ବେଳେ ମହମ୍ମଦ ମୋକିମ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ନିର୍ବାଚନ ସମୟରେ ଦାଖଲ ହୋଇଥିବା ସତ୍ୟପାଠରେ ଅନିୟମିତତା ଥିବା ଦର୍ଶାଇ ମୋକିମଙ୍କ ପ୍ରତିଦ୍ଵନ୍ଦ୍ଵୀ ଥିବା ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ଏହି ଅଭିଯୋଗ ଆଧାରରେ କୋର୍ଟଙ୍କ ପକ୍ଷରୁ ଉଭୟ ପକ୍ଷଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ୨୦୧୯ ମସିହାରୁ ଚାଲିଥିବା ଏହି ମାମଲାର ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ ରଖାଯାଇଥିଲା।

ସୋମବାର ଦିନ ମହମ୍ମଦ ମୋକିମଙ୍କ ବିଧାୟକ ପଦବୀକୁ ଅସିଦ୍ଧ ଘୋଷଣା କରିଛନ୍ତି ଓଡ଼ିଶା ହାଇକୋର୍ଟ।

Tags: #Politics #OdishaPolitics #OdishaHighCourt #Election #ElectionInvalid #MohammedMoquim

LEAVE A REPLY

Please enter your comment!
Please enter your name here