ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି। ମହିଳାଙ୍କ ଅଧିକାର, ସମାଜରେ ସମାନତା ପାଇଁ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଲକ୍ଷ୍ୟ ରହିଛି।

ଶିଶୁ ଜନ୍ମ ପରେ ପ୍ରତ୍ୟେକ ମା’ମାନଙ୍କଠାରେ ଶାରୀରିକ, ମାନସିକ ତଥା ଭାବନାରେ ପରିବର୍ତ୍ତନ ଆସିଥାଏ। ସେହି ସମୟରେ ମହିଳାଙ୍କର ମନ ପରିବର୍ତ୍ତନ ଅଧିକ ମାତ୍ରାରେ ହୋଇଥାଏ, ଯାହାକୁ ପୋଷ୍ଟପାର୍ଟମ ଡିପ୍ରେସନ ବୋଲି କୁହାଯାଏ।

ତେବେ ଶିଶୁ ଜନ୍ମ ପରେ ପୋଷ୍ଟପାର୍ଟମ ଡିପ୍ରେସନରୁ ମୁକୁଳିବେ କିପରି, ଏ ସମ୍ପର୍କରେ ମନସ୍ତତ୍ୱବିତ ସ୍ୱାଗତିକା ସାମନ୍ତରାୟ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟପ୍ଲସ୍‌ ଓଡ଼ିଆର ଏହି ଭିଡିଓରେ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଇଏଫ୍‌ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୭ରୁ ୯ ତାରିଖ ପର୍ଯ୍ୟନ୍ତ ମହିଳାଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ମହିଳାଙ୍କ ଜୀବନର ସମସ୍ତ ପର୍ଯ୍ୟାୟରେ ହେଉଥିବା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ବାବଦରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯାଉଛି। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଭିଡିଓ ପ୍ରସ୍ତୁତ କରାଯାଇଛି।

Tags: #InternationalWomensDay2024 #Celebration #WomenPower #PostpartumDepression #HealthAwareness #DoctorsAdvice

LEAVE A REPLY

Please enter your comment!
Please enter your name here