ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି। ମହିଳାଙ୍କ ଅଧିକାର, ସମାଜରେ ସମାନତା ପାଇଁ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଲକ୍ଷ୍ୟ ରହିଛି।

ପ୍ରତ୍ୟେକ ମହିଳା ନିଜର ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ବିଶେଷ କରି ପିରିୟଡସ ବା ଋତୁସ୍ରାବ ବେଳେ ସଫାସୁତରା ରହିବା ସହ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଆବଶ୍ୟକ।

ଅଧିକାଂଶ ମହିଳା ପିରିୟଡସ ସମୟରେ ଖାଦ୍ୟପେୟ ସଠିକ୍‌ ଭାବେ କରନ୍ତି ନାହିଁ। ଏହି ସମୟରେ କେତେକ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ଏହା ପିରିୟଡସରେ ଅସନ୍ତୁଳନ ଆଣିଥାଏ। ତେବେ ପିରିୟଡସ ବେଳେ କ’ଣ ଖାଇବେ, କ’ଣ ନାହିଁ, ଡାଏଟିସିଆନ୍‌ ସୁଶ୍ରୀ ତପସ୍ୱିନୀ ଦାସ ଏ ସମ୍ପର୍କରେ କ’ଣ କହୁଛନ୍ତି, ଜାଣିବା ସ୍ୱାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଇଏଫ୍‌ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୭ରୁ ୯ ତାରିଖ ପର୍ଯ୍ୟନ୍ତ ମହିଳାଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ମହିଳାଙ୍କ ଜୀବନର ସମସ୍ତ ପର୍ଯ୍ୟାୟରେ ହେଉଥିବା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ବାବଦରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯାଉଛି। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଭିଡିଓ ପ୍ରସ୍ତୁତ କରାଯାଇଛି।

Tags: #InternationalWomensDay2024 #Celebration #WomenPower #Periods #Health&Hygiene #HealthAwareness #DoctorsAdvice

LEAVE A REPLY

Please enter your comment!
Please enter your name here