ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି। ମହିଳାଙ୍କ ଅଧିକାର, ସମାଜରେ ସମାନତା ପାଇଁ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଲକ୍ଷ୍ୟ ରହିଛି।

ପ୍ରତ୍ୟେକ ମହିଳା ନିଜର ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ବିଶେଷ କରି ମେନୋପଜ ପରେ। ଋତୁସ୍ରାବ ବନ୍ଦ ହେବାକୁ ମନୋପଜ୍‌ ବୋଲି କୁହାଯାଏ। ଏହା ଏପରି ଏକ ସମୟ, ଯେତେବେଳେ ମହିଳାମାନଙ୍କ ମାସିକ ଋତୁସ୍ରାବ ଚକ୍ର ଶେଷ ହୋଇଆସେ। କିନ୍ତୁ ଏହି ସମୟରେ ଶରୀରରେ ହରମୋନରେ ପରିବର୍ତ୍ତନ ଆସେ। ଫଳରେ ମହିଳାମାନେ ଶାରୀରିକ ଓ ମାନସିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି।

ତେବେ ମେନୋପଜ ସମୟରେ ମହିଳାମାନେ କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଓ ଏହି ସମୟରେ ସେମାନେ ନିଜର ଯତ୍ନ କିପରି ନେବେ, ସେ ସମ୍ପର୍କରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଇନ୍ଦିରା ପାଳଙ୍କଠାରୁ ଅଧିକ ଜାଣିବା ସ୍ୱାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଇଏଫ୍‌ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୭ରୁ ୯ ତାରିଖ ପର୍ଯ୍ୟନ୍ତ ମହିଳାଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ମହିଳାଙ୍କ ଜୀବନର ସମସ୍ତ ପର୍ଯ୍ୟାୟରେ ହେଉଥିବା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ବାବଦରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯାଉଛି। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଭିଡିଓ ପ୍ରସ୍ତୁତ କରାଯାଇଛି।

Tags: #InternationalWomensDay2024 #Celebration #WomenPower #Menopause #HealthAwareness #DoctorsAdvice

Comment