ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

କିଡନି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ରକ୍ତରୁ ବର୍ଜ୍ୟ ବସ୍ତୁକୁ ଛାଣିବାରେ ସାହାଯ୍ୟ କରିଥାଏ। ତେଣୁ କିଡନିକୁ ସୁସ୍ଥ ରଖିବା ନିହାତି ଜରୁରୀ। କିଡନିକୁ ସୁସ୍ଥ ରଖିବା ପାଇଁ ସଠିକ୍‌ ଖାଦ୍ୟପେୟର ମଧ୍ୟ ଆବଶ୍ୟକତା ରହିଛି। ଆସନ୍ତୁ କିଡନିକୁ ସୁସ୍ଥ ରଖିବା ପାଇଁ ଡାଏଟିସିଆନ ସୁଶ୍ରୀ ତପସ୍ୱିନୀ ଦାସଙ୍କଠାରୁ ଜାଣିବା କିଛି ଟିପ୍ସ।

କିଡନିର ସ୍ୱାସ୍ଥ୍ୟ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡନି ଦିବସ ଭାବେ ପାଳନ କରାଯାଉଛି।

ବିଶ୍ୱ କିଡନି ଦିବସ ପରିପ୍ରେକ୍ଷୀରେ ଆଇଏଫ୍‌ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍‌ ଓ ଓଡ଼ିଶାଲାଇଭ୍‌ର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୧୩ରୁ ୧୫ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ‘ସୁସ୍ଥ କିଡନି – ସୁସ୍ଥ ଶରୀର’। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଅଭିଯାନରେ ସ୍ୱାସ୍ଥ୍ୟ ସଚେତନତାମୂଳକ ଭିଡିଓ ଏବଂ ଲେଖା ପ୍ରସ୍ତୁତ କରାଯାଉଛି।

Tags: #KidneyDiet #OdiaHealthTips #WorldKidneyDay #DoctorsAdvice

Comment