ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁର୍ଘଟଣାର ଶିକାର ହୋଇ ଗୁରୁତର ଭାବେ ଆହତ ହୋଇଥିବା ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଚିକିତ୍ସା ପାଇଁ ସମ୍ବଲପୁରରୁ ଭୁବନେଶ୍ଵରକୁ ଏୟାରଲିଫ୍ଟ କରାଯାଉଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସ୍ଵତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ଵରକୁ ସ୍ଥାନାନ୍ତର କରାଯାଉଛି। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ଦଳୀୟ ବୈଠକରେ ଯୋଗ ଦେଇ ପ୍ରସନ୍ନ ଆଚାର୍ଯ୍ୟ ବରଗଡ଼ ଫେରିବା ବେଳେ ଗୁରୁବାର ବିଳମ୍ବିତ ରାତିରେ ରେଢ଼ାଖୋଲ ନିକଟ ଲୁହାପଙ୍କ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଯାଉଥିବା କାରଟି ଏକ ଗ୍ୟାସ ଟ୍ୟାଙ୍କର ସହ ଧକ୍କା ହୋଇଥିଲା।

ଏହି ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଏବଂ ତାଙ୍କ ପିଏସଓ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣା ଦେଖି ସେହି ବାଟ ଦେଇ ଫେରୁଥିବା ଆମ୍ବୁଲାନ୍ସ ଡ୍ରାଇଭର ପ୍ରସନ୍ନ ଆଚାର୍ଯ୍ୟ ଏବଂ ତାଙ୍କ ପିଏସଓଙ୍କୁ ଚିକିତ୍ସା ପାଇଁ ପ୍ରଥମେ ରେଢ଼ାଖୋଲ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସମ୍ବଲପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲେ।

ପ୍ରସନ୍ନ ଆଚାର୍ଯ୍ୟଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ଵରକୁ ସ୍ଥାନାନ୍ତର କରାଯାଉଛି।

Tags: #BJDLeaderPrasannaAcharya #RoadAccident #Treatment #Airlift

LEAVE A REPLY

Please enter your comment!
Please enter your name here