ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି, ଶନିବାର ଦିନ ଘୋଷଣା ହେବ ସାଧାରଣ ନିର୍ବାଚନ ତାରିଖ। ଲୋକସଭା ନିର୍ବାଚନ ସହ କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ। ଶନିବାର ଅପରାହ୍ଣ ୩ଟାରେ ମୁଖ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ସୋସିଆଲ ମିଡିଆରେ ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ନିର୍ବାଚନ ତାରିଖ ଘୋଷଣା ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକା ଯାଇଛି। ମାର୍ଚ୍ଚ ୧୬ ତାରିଖ ଅପରାହ୍ଣ ୩ଟାରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପ୍ଲେନାରୀ ହଲରେ ଏହି ସାମ୍ବାଦିକ ସମ୍ମିଳନୀ କରାଯିବ। ନିର୍ବାଚନ ତାରିଖ ଘୋଷଣା ହେଲେ, ଆସନ୍ତାକାଲିଠାରୁ ନିର୍ବାଚନୀ ଆଚରଣ ବିଧି ଲାଗୁ ହୋଇଯିବ।

ଲୋକସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସକ୍କିମରେ ବିଧାନସଭା ନିର୍ବାଚନ ହେବ।

Tags: #Politics #IndianPolitics #Election #ElectionDateAnnouncement

LEAVE A REPLY

Please enter your comment!
Please enter your name here