ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ସୋମବାର ପଶ୍ଚିମବଙ୍ଗର ଡିଜିପିଙ୍କ ସମେତ ୬ଟି ରାଜ୍ୟର ଗୃହ ସଚିବଙ୍କୁ ପଦରୁ ହଟାଇଛନ୍ତି ନିର୍ବାଚନ ଆୟୋଗ। ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।

ନିର୍ବାଚନ ଆୟୋଗ ସୋମବାର ପଶ୍ଚିମବଙ୍ଗର ଡିଜିପିଙ୍କ ସମେତ ଗୁଜୁରାଟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଗୃହ ସଚିବଙ୍କୁ ପଦରୁ ହଟାଇଛନ୍ତି। ଏହାସହିତ ମିଜୋରାମ ଓ ହିମାଚଳ ପ୍ରଦେଶର ସାଧାରଣ ପ୍ରଶାସନିକ ବିଭାଗର ସଚିବ ଏବଂ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର କମିଶନର, ଅତିରିକ୍ତ କମିଶନର ଏବଂ ଡେପୁଟି କମିଶନରଙ୍କୁ ମଧ୍ୟ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟଗୁଡ଼ିକରେ ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନ କରିବା ଦିଗରେ ଏହି ପଦକ୍ଷେପ ନିଆଯାଇଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି। ବଦଳି ହୋଇଥିବା ଅଧିକାରୀଙ୍କ ସ୍ଥାନରେ ନୂଆ ଅଧିକାରୀଙ୍କୁ ନିଯୁକ୍ତ କରିବା ନେଇ ନିର୍ବାଚନ ଆୟୋଗ ଆଗକୁ ସୂଚନା ଦେବେ।  

ଏହାପୂର୍ବରୁ ରାଜ୍ୟର କୌଣସି ଅଞ୍ଚଳରେ ୩ ବର୍ଷରୁ ଅଧିକ ସମୟ ଯାଏଁ ରହିଥିବା ପ୍ରଶାସନିକ ଅଧିକାରୀଙ୍କ ବଦଳି କରିବା ପାଇଁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ।

Tags: #ElectionCommissionofIndia #IndianGeneralElections #States #Politics #India

LEAVE A REPLY

Please enter your comment!
Please enter your name here