ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ମିଳିଲା ଆଶ୍ୱସ୍ତ। ନିର୍ବାଚନୀ ସତ୍ୟପାଠ ଅନିୟମିତତା ମାମଲାରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟ ଉପରେ ରହିତାଦେଶ ଦେଲେ ସୁପ୍ରିମକୋର୍ଟ।

ମାର୍ଚ୍ଚ ୪ ତାରିଖରେ ନିର୍ବାଚନ ସତ୍ୟପାଠ ଅନିୟମିତତା ମାମଳାରେ ମହମ୍ମଦ ମୋକିମଙ୍କ ବିଧାୟକ ପଦବୀକୁ ଅସିଦ୍ଧ ଘୋଷଣା କରିଥିଲେ ଓଡ଼ିଶା ହାଇକୋର୍ଟ। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମହମ୍ମଦ ମୋକିମ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ଗତ ୨୦୧୯ ବିଧାନସଭା ନିର୍ବାଚନ ଲାଗି ନାମାଙ୍କନ ବେଳେ ମହମ୍ମଦ ମୋକିମ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ନିର୍ବାଚନ ସମୟରେ ଦାଖଲ ହୋଇଥିବା ସତ୍ୟପାଠରେ ଅନିୟମିତତା ଥିବା ଦର୍ଶାଇ ମୋକିମଙ୍କ ପ୍ରତିଦ୍ଵନ୍ଦ୍ଵୀ ଥିବା ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ଏହି ଅଭିଯୋଗ ଆଧାରରେ କୋର୍ଟଙ୍କ ପକ୍ଷରୁ ଉଭୟ ପକ୍ଷଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ୨୦୧୯ ମସିହାରୁ ଚାଲିଥିବା ଏହି ମାମଲାର ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ ରଖାଯାଇଥିଲା।

Tags: #Politics #OdishaPolitics #OdishaHighCourt #Election #ElectionInvalid #MohammedMoquim

LEAVE A REPLY

Please enter your comment!
Please enter your name here