ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପିରେ ସାମିଲ ହେଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ର ବିଧାୟିକା ସୀତା ସୋରେନ। ସୀତା ସାରେନ ହେଉଛନ୍ତି ଜେଏମଏମର ଅଧ୍ୟକ୍ଷ ଶିବୁ ସୋରେନଙ୍କର ବଡ଼ ବୋହୁ।

ସୀତା ସୋରେନ ମଙ୍ଗଳବାର ଦିନ ଦଳର ପ୍ରାଥମିକ ସଦସ୍ୟତା ପଦବୀରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗ ଦେଇଛନ୍ତି। ଦଳ ପକ୍ଷରୁ ତାଙ୍କ ପ୍ରତି ହୋଇଆସୁଥିବା ଅବହେଳା ଯୋଗୁଁ ଜେଏମଏମ ଛାଡ଼ିଥିବା କହିଛନ୍ତି ସୀତା ସୋରେନ।

ଝାଡ଼ଖଣ୍ଡର ବିଜେପି ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ଲକ୍ଷ୍ମୀକାନ୍ତ ବାଜପେୟୀ ଓ ରାଷ୍ଟ୍ରୀୟ ମହାସଚିବ ବିନୋଦ ତାବଡେଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସୀତା ସୋରେନ ବିଜେପିରେ ସାମିଲ ହୋଇଛନ୍ତି। ସୀତା ସୋରେନ ବିଜେପି ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି।

Tags: #Politics #IndiaPolitics #JharkhandPolitics #JMM #SitaSoren #BJP

Comment