ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସରୁ ଇସ୍ତଫା ଦେବା ପରେ ବୁଧବାର ଦିନ ବିଜେଡିରେ ଯୋଗଦେଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ। ନିଜ ସମର୍ଥକଙ୍କ ସହ ଅଧିରାଜ ପାଣିଗ୍ରାହୀ ଶଙ୍ଖ ଭବନରେ ପହଞ୍ଚିବା ପରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଦୀର୍ଘ ୨୫ ବର୍ଷ ଧରି ସେ କଂଗ୍ରେସ ଦଳରେ ସକ୍ରିୟ ଥିଲେ।

ବିଧାୟକ ଅଧିରାଜ ପାଣିଗ୍ରାହୀ ମଙ୍ଗଳବାର ଦିନ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦବୀର ଇସ୍ତଫା ଦେଇଥିଲେ। ସିପିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିଲେ। ସେ କେଉଁ ଦଳରେ ଯୋଗ ଦେବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ବୁଧବାର ଦିନ ବିଜେଡିରେ ସାମିଲ ହୋଇଛନ୍ତି।

ଅଧିରାଜ ପାଣିଗ୍ରାହୀଙ୍କ ସମେତ ୩ ଜଣ ବ୍ଲକ ଚେୟାରମ୍ୟାନ, ୪୦ ଜଣ ସରପଞ୍ଚ ଏବଂ ୩୪ ଜଣ ସମିତି ସଦସ୍ୟ ଆଜି ବିଜେଡିରେ ମିଶିଛନ୍ତି।  

Tags: #Politics #OdishaPolitics #BJD #Congress #AdhirajPanigrahi

Comment