ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ମାଢ଼ି ରୋଗକୁ ଡାକ୍ତରୀ ଭାଷାରେ ପେରିଓଡୋଣ୍ଟାଇଟିସ୍‌ ବୋଲି କୁହାଯାଏ। ଏହାଦ୍ଵାରା ମାଢ଼ିରେ ସଂକ୍ରମଣ ହୋଇ ମାଢ଼ି ନଷ୍ଟ ହେବା, ମାଢ଼ି ଫୁଲିଯିବା, ଦାନ୍ତ ଗଳିଯିବା ଭଳି ସମସ୍ୟା ଉପୁଜିଥାଏ।

ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଏଲିନା ମିଶ୍ରଙ୍କଠାରୁ ମାଢ଼ି ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା ସ୍ୱାସ୍ଥ୍ୟପ୍ଲସ୍‌ ଓଡ଼ିଆର ଏହି ଭିଡିଓରେ।

ମାର୍ଚ୍ଚ ୨୦ ତାରିଖ, ବୁଧବାର ଦିନ ହେଉଛି ଓ୍ଵାର୍ଲ୍ଡ ଓରାଲ ହେଲଥ ଡେ’ ବା ବିଶ୍ୱ ମୁଖ ସ୍ୱାସ୍ଥ୍ୟ ଦିବସ। ଏହି ଅବସରରେ ମୁଖ ସ୍ୱାସ୍ଥ୍ୟ କ’ଣ, ମୁଖର ଯତ୍ନ କିପରି ନେବେ ଏବଂ କ’ଣ ରହିଛି ଚିକିତ୍ସା ବ୍ୟବସ୍ଥା – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ମୋଟ ୬ଟି ଭିଡିଓ ପୋଷ୍ଟ କରାଯିବ।

‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ (ଫେସବୁକ, ଟୁଇଟର) ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

ଆଇଏଫ୍‌ଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍‌ ଓ ଓଡ଼ିଶାଲାଇଭ୍‌ର ମିଳିତ ଆନୁକୂଲ୍ୟରେ ମୁଖର ସ୍ୱାସ୍ଥ୍ୟ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ଏହି  କାର୍ଯ୍ୟକ୍ରମ କରାଯାଉଛି।

Tags: #WorldOralHealthDay2024 #HealthForAll #Dentalcare #Healthylife #OdiaHealthTips

LEAVE A REPLY

Please enter your comment!
Please enter your name here